Home ଜିଲ୍ଲା ପରିକ୍ରମା ନାହିଁ ନାହିଁ ରେ ଚାଲିଛି ମାଲକାନଗିରି ମଡେଲ ଡିଗ୍ରୀକଲେଜ,୬ମାସହେଲା ଦରମା ପାଇନାହାନ୍ତି କର୍ମଚାରୀ

ନାହିଁ ନାହିଁ ରେ ଚାଲିଛି ମାଲକାନଗିରି ମଡେଲ ଡିଗ୍ରୀକଲେଜ,୬ମାସହେଲା ଦରମା ପାଇନାହାନ୍ତି କର୍ମଚାରୀ

103

ମାଲକାନଗିରି,୧୪ା୧୨ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିର ଜିଲ୍ଲା ରେ ଉଚଶିକ୍ଷାର ଅଗ୍ରଗତି ନିମନ୍ତେ ଗତ୨୦୧୬ମସିହାରେ ଏକ ମଡେଲ ଡିଗ୍ରୀକଲେଜ ପ୍ରତିଷ୍ଟା କରାଯାଇଥିଲା । ଓଡିଶାର ୮ଟି ସ୍ଥାନରେ ମଡେଲ ଡିଗ୍ରୀ କଲେଜ ସ୍ଥାପନ ହୋଇଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ଏହି କଲେଜଟି ଶିକ୍ଷା କ୍ଷେତ୍ରରେ ପ୍ରଥମସ୍ଥାନ ଅଧିକାର କରିଥିବା ବେଳ ଏବେ ନାହିଁ ନାହିଁରେ ଚାଲିଛି ଏହି କଲେଜଟି, । କଲେଜରେ ନାନାପ୍ରକାର ସମସ୍ୟା ଲାଗିରହିଛି, କର୍ମଚାରୀ ମାନେ ଠିକ ଭାବେ ନିୟମିତ ଦରମା ପାଉନଥିବା ବେଳେ, ଅନେକ ଅଧ୍ୟାପକ ପଦବି ଖାଲିପଡିଛି । ଉକ୍ତ କଲେଜରେ ବିଜ୍ଞାନରେ ୧୬୦,ବାଣିଜ୍ୟ ରେ ୮୦ ଓ କଳାରେ ୧୬୦ ଲେଖା ମୋଟ୪୦୦ସିଟ  ରହିଛି ।ଏହି କଲେଜରେ ମୋଟ୧୨୦୦ଜଣ ଛାତ୍ର ଛାତ୍ରୀପଢିବାର ବ୍ୟବସ୍ଥା ଥିବା ବେଳେ ଚଳିତବର୍ଷ୧୧୦୦ଜଣ ନାମଲେଖାଇଛନ୍ତି । ଏହି କଲେଜରେ ଜଣେ ଅଧ୍ୟକ୍ଷ,୨୧ଜଣ ଅଧ୍ୟାପକ ଓ ଅଧ୍ୟାପିକା,ଜଣେ ବରିଷ୍ଟ କିରାଣୀ, ଜଣେ କନିଷ୍ଟ କିରାଣୀ  ଶେଙ୍କସନ ପୋଷ୍ଟ ଥିବାବେଳେ କଲେଜରେ ସ୍ଥାୟୀ ଅଧ୍ୟକ୍ଷ ,ଅଧ୍ୟାପକ,ଅଧ୍ୟାପିକା,କିରାଣୀ ପଦବି ପୁରଣ ହୋଇପାରିଲା ନାହିଁ ।ସରକାରି କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଏହି କଲେଜର ଅସ୍ଥାୟୀ ଭାବେ କାର୍ଯ୍ୟତୁଲାଇବା ପାଇଁ ଦାଇତ୍ୱ ଦିଆ ଯାଇଛି । ଠିକ ସେହିପରି କଲେଜର ୪ଜଣ ମାତ୍ର ସ୍ଥାୟୀ  ଅଧ୍ୟାପକ ପଦବି ପୁରଣ ହୋଇଥିବା ବେଳେ ୧୭ଜଣଙ୍କୁ ଅସ୍ଥାୟୀ ଭାବେ ଅତିଥି ଅଧ୍ୟାପକ ଭାବେ ଓ ଅବସର ପ୍ରାପ୍ତ ୨ଜଣ ବରିଷ୍ଟକରାଣୀ ଙ୍କୁ ଏଠାରେ ଅସ୍ଥାୟୀ ଭାବେ ନିଯୁକ୍ତି ଦିଆ ଯାଇଛି । ଦୀର୍ଘ ୬ ମାସହେଲା ଦୁଇଜଣ ଅସ୍ଥାୟୀ ଅଧ୍ୟାପକ ଓ ତିନିଜଣ କିରଣୀ ଦରମା ପାଇନଥିବାରୁ ବହୁତ ଅସୁବିଧାରେ ଚଳୁଥିବାର ଜଣାପଡିଛି । ମହରଗ ଦୁନିଆରେ ଦୀର୍ଘ ୬ମାସର ଦରମା ନପାଇ ୬ଜଣ କର୍ମଚାରୀ ଧାରକରଜ କରି ନିଜ ପରିବାର ଚଳାଉଛନ୍ତି । କେଲଜର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସାଇକେଲ ଷ୍ଟାଣ୍ଡ, ପାଚେରୀ ନଥିବାରୁ ବହୁତ ଅସୁବିଧା ହେଉଛି ।ଏହି କଲେଜ ଟି ପ୍ରଥମେ ସହର ମଧ୍ୟସ୍ଥଳରେ ଥିବା ଷ୍ଟାଡିୟମ ନିକଟରେ ଅସ୍ଥାୟୀ ଭାବେ ଚାଲିଥିଲା । ଏହି କଲେଜଟି ସହର ମଧ୍ୟସ୍ଥଳ ଜନସମାଗମ ରାସ୍ତାନିକଟରେ ଓ ବସଷ୍ଟାଣ୍ଡ ଠାରୁ ଦୂରତା କମରେ ଥିବାରୁ ଛାତ୍ର ଛାତ୍ରୀ ମାନଙ୍କ ଯାତାୟତରେ ବହୁତ ସୁବିଧା ହେଉଥିଲା । ଜିଲ୍ଲାସଦର ମହକୁମା ଠାରୁ ୧୦କିମି ଦୂର ଏମଭି୩ଗ୍ରାମ ଶେଷମୁଣ୍ଡରେ ଉକ୍ତକଲେଜଟିର ନିଜସ୍ୱ ବିଲ୍ଡିଂ ନିର୍ମାଣ କାମସରି ଯାଇଥିବାରୁ କଲେଜଟିକୁ ୨୦୧୮ ମସିହାରେ ସେଠାକୁ ସ୍ଥାନାନ୍ତରିତ କରିଦିଆଯାଇଛି । ୮କୋଟି ଟଙ୍କାବ୍ୟୟରେ ସୁନ୍ଦର ଭାବେ ଉକ୍ତ ଡିଗ୍ରୀକଲେଜ ନିର୍ମାଣ ହୋଇଥିଲେ ମଧ୍ୟ ତାହା ବସଷ୍ଟାଣ୍ଡ ଠାରୁ ପ୍ରାୟ ୧୦କିମି ଦୂର ଓ ନିଛାଟିଆ ସ୍ଥାନରେ ହୋଇଥିବାରୁ କଲେଜକୁ ଛାତ୍ର ଛାତ୍ରୀ ମାନେ ବହୁତ ଅସୁବିଧାରେ ଯିବା ଆସିବାକରୁଛନ୍ତି । କଲେଜର ହଷ୍ଟେଲ ନଥିବାରୁ ଦୂରଦୁରାନ୍ତରୁ ବସରେ ଆସୁଥିବା ପିଲାମାନେ ବସଷ୍ଟାଣ୍ଡଠାରେ ପୁଣି ଦିନକୁ ୧୨୦ଟଙ୍କା ଲେଖା ଅଟୋଭଡା କରି କଲେଜକୁ ଆସିଥାନ୍ତି ।ଏମଭି୩ ଗ୍ରାମ ରାସ୍ତା ଅତ୍ୟନ୍ତ ଖରାପ ହେବା ଓ କଲେଜକୁ ଜିବା ରାସ୍ତାକାଦୁଅ ପାଣିରେ ଭରପୁର ହୋଇଥିବାର ଅଧିକାଂଶ ଅଟୋ କଲେଜକୁ ନ ଯାଇ ଗାଁ ମୁଣ୍ଡରେ ଛାଡିଦେଉଥିବାରୁ ଛାତ୍ରୀ ମାନେ ନିଛାଟିଆ ରାସ୍ତାରେ ବିପଦ ପୁଣ୍ଣ ର୍ ଭାବେ ଭୟ ଓ ଆଶଙ୍କା ମଧ୍ୟରେ ୨କିଲୋମିଟର ରାସ୍ତା ଚାଲିଚାଲି କଲେଜକୁ ଯାଇଥାନ୍ତି । ତୁରନ୍ତ କଲେଜରେ ଅଧ୍ୟକ୍ଷ, ଅଧ୍ୟାପକ ସହିତ ଅନ୍ୟାନ ପଦବି ପୁରଣ କରି କର୍ମଚାରୀ ମାନଙ୍କୁ ନିୟମିତ ବାବେ ଦରମା ଦେବା ଓ ଛାତ୍ର ଛାତ୍ରୀ ମାନଙ୍କ ଜାତାୟତ ପାଇଁ ଏକ କଲେଜବସ,ସାଇକେଲ ଷ୍ଟାଣ୍ଡ,ହଷ୍ଟେଲ, ପାଚେରୀ,କଲେଜକୁ ଭଲପିଚୁ ରାସ୍ତା ନିର୍ମାଣ କରିବା ପାଇଁ ଉକ୍ତ କଲେଜର  ଛାତ୍ର ଛାତ୍ରୀ ମାନେ ଦାବିକରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.