Home ଜିଲ୍ଲା ପରିକ୍ରମା ଷୋଳମପୁରରେ ନିର୍ବାଚନୀ ହିଂସା, ୫ ଆହତ

ଷୋଳମପୁରରେ ନିର୍ବାଚନୀ ହିଂସା, ୫ ଆହତ

47

ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଷୋଳମପୁର ଗ୍ରାମରେ ସଂଘଟିତ ନିର୍ବାଚନ ହିଂସାରେ ୪ଜଣ ଆହତ ହୋଇଛନ୍ତି। ଏହି ହିଂସାକାଣ୍ଡରେ ବହୁ ବାଇକ ସମେତ ଦୋକାନ ଓ କ୍ଲବ ଘର ଭାଙ୍ଗି ଦିଆଯାଇଛି। ଗ୍ରାମର ୧ ନଂ ୱାର୍ଡ ସଦସ୍ୟ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥିନୀଙ୍କ ସ୍ୱାମୀ ଅଜୟ ରାଉତଙ୍କ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ଅଜୟ ଆହତ ହୋଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଅପରପକ୍ଷର ବହୁ ସମର୍ଥକ ପ୍ରତିଆକ୍ରମଣ କରିଥିଲେ। ଏଥିରେ ଗ୍ରାମର ସନ୍ତୋଷ ନାୟକ, ମନୋରଞ୍ଜନ ରାଉତ, କାହ୍ନୁଚରଣ ନାୟକ, ମଦନ ଘଡେଇ ଆହତ ହୋଇଥିଲେ। ଆହତମାନଙ୍କୁ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ କଟକ ରେଫର କରାଯାଇଥିବା ଜଣାଯାଇଛି। ଏହି ଆକ୍ରମଣରେ ୬ଟି ବାଇକ, ଗୋଟିଏ ଦୋକାନଘର ଓ କମ୍ପ୍ୟୁଟର ସାମଗ୍ରୀ ସହ ଗୋଟିଏ କ୍ଳବଘର ଭାଙ୍ଗିଯାଇଛି। ଏହି ଘଟଣାରେ ପୁଲିସ ଜଣକୁ ଥାନାରେ ଅଟକ ରଖିଛି। ଏଥିନେଇ ଥାନାରେ ଏକାଧିକ ଅଭିଯୋଗ ହୋଇଛି। ମାତ୍ର ରିପୋର୍ଟ ପ୍ରସ୍ତୁତ ପର୍ଯ୍ୟନ୍ତ ମାମଲା ଋଜୁ ହୋଇନଥିବା ଜଣାଯାଇଛି। ଆଜି ଦିନ ତମାମ ଗ୍ରାମରେ ଉତ୍ତେଜନା ଲାଗି ରହିଛି। ରାତ୍ରରେ ପାଟ୍ରୋଲିଂ ପୁଲିସ ଗ୍ରାମକୁ ଜଗି ରହିଥିବା ବେଳେ ଅପରାହ୍ନରେ ପୁଲିସ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ କରିଛି। ଆଗାମୀ କାଲି ଭୋଟ ଗ୍ରହଣ ହେବାକୁ ଥିବାରୁ ପରିସ୍ଥିତି ଉପରେ ପୁଲିସ ନଜର ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.