Home ଜିଲ୍ଲା ପରିକ୍ରମା ରଣପୁର ବ୍ଲକ ୧୧୯୦ ପ୍ରାର୍ଥୀଙ୍କ ଭାଗ୍ୟ ଜଉମୁଦ ବାକ୍ସ ଭିତରେ

ରଣପୁର ବ୍ଲକ ୧୧୯୦ ପ୍ରାର୍ଥୀଙ୍କ ଭାଗ୍ୟ ଜଉମୁଦ ବାକ୍ସ ଭିତରେ

25

ନୟାଗଡ ୧୮/୦୨ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲାର ସର୍ବବୃହତ ରଣପୁର ବ୍ଲକର ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷପରେ ୧୧୯୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଜଉମୁଦ ବାକ୍ସ ଭିତରେ ଥିବା ଜଣାପଡିଛି। ବ୍ଲକର ୩୭ ଗୋଟି ଗ୍ରାମପଞ୍ଚାୟତର ୫୧୭ ବୁଥ୍ ରେ ନିର୍ବାଚନ ଅନୁଷ୍ଠିତ ହେଉଥିଲା। ଏଥିରେ ୪ଟି ଜୋନ୍ ରେ ୧୭ ଜଣ ଜିଲ୍ଲାପରିଷଦ ପ୍ରାର୍ଥୀ, ୧୨୮ ଜଣ ସରପଞ୍ଚ ପ୍ରାର୍ଥୀ, ୧୨୨ ଜଣ ସମିତିସଭ୍ୟ ପ୍ରାର୍ଥି ଓ ୯୨୩ ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ ସର୍ବମୋଟ ୧୧୯୦ ଜଣ ପ୍ରାର୍ଥୀ ନିର୍ବାଚନରେ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରି ନିର୍ବାଚନ ଲଢୁଥିଲେ। ସବୁ ବୁଥ୍ ରେ ପ୍ରାର୍ଥୀମାନଙ୍କର ଭାଗ୍ୟ ବାକ୍ସ ଭିତରେ ଜଉମୁଦ ପରେ ରଣପୁର ମହାବିଦ୍ୟାଳୟରେ କଡା ସୁରକ୍ଷା ଭିତରେ ରଖାଯାଇଥିବା ଜଣାପଡିଛି। ରଣପୁର ଥାନା ଓ ଚାନ୍ଦପୁର ଥାନା ପୋଲିସର ସୂଚନା ଅନୁଯାଇ କେଉଁଠି ପୁର୍ବ ଶତୃତାକୁ କେନ୍ଦ୍ରକରି ସାମନ୍ୟ ବଚସା ହୋଇଥିଲେ ମଧ୍ୟ ସମସ୍ତ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍ ମାନଙ୍କରେ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଅଛି।

କେତେ ପ୍ରତିଶତ ମତଦାନ ସର୍ମ୍ପକେ ଖବର ଲେଖାହେବା ବେଳକୁ ରଣପୁର ବ୍ଲକ ନିର୍ବାଚନ ଅଧିକାରୀ ତଥା ମଣ୍ଡଳଉନ୍ନୟନ ଅଧିକାରିଣୀ ଋତୁପର୍ଣ୍ଣା ମହାପାତ୍ରଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଯେ ବ୍ଲକର କିଛି ବୁଥ୍ ରିମୋଟ୍ ଅଂଚଳରେ ଥିବାରୁ ଏ ଯାଏଁ କେତେ ପ୍ରତିଶତ ଭୋଟ ହୋଇଛି ତାହାର ସଠିକ୍ ସୂଚନା ମିଳିପାରି ନାହିଁ। କାରଣ ବୁଥ୍ ଗୁଡିକରୁ ଭୋଟ ବାକ୍ସ ଏବେବି ବୁହା ଚାଲିଛି। ସର୍ବପରି ରଣପୁର ବ୍ଲକ ଅଂଚଳରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶାନ୍ତିପୁର୍ଣ୍ଣ ଭାବେ ହୋଇଥିବା ଆଲୋଚିତ ହେଉଛି। କଂଗ୍ରେସ ଓ ମାର୍ସ୍କବାଦୀ କମ୍ୟୁନିଷ୍ଟ ପାର୍ଟି ନିଜ ନିଜର ସ୍ଥିତି କରିବା କହୁଥିବା ବେଳେ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ପଞ୍ଚାୟତ ଦଖଲ ସହ ବ୍ଲକ ଅଧ୍ୟକ୍ଷ ପଦ ହାସଲ କରିବେ ବୋଲି ଦାବି କରୁଛନ୍ତି। କିନ୍ତୁ ଭୋଟ ଗଣତି ପରେ ଜଣାପଡିବ କିଏ ଦଖଲ କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.