Home ଜିଲ୍ଲା ପରିକ୍ରମା ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାହ – ୨୦୨୩ ପାଇଁ ଭଦ୍ରକ ରାଜ୍ୟରେ ପ୍ରଥମ

ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାହ – ୨୦୨୩ ପାଇଁ ଭଦ୍ରକ ରାଜ୍ୟରେ ପ୍ରଥମ

11

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାହ – ୨୦୨୩ ପାଇଁ କାର୍ଯ୍ୟକ୍ରମ ଆୟୋଜନରେ ଭଦ୍ରକ ଜିଲ୍ଲା ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲାର ଗୌରବ ବୃଦ୍ଧିରେ ଆଉ ଏକ ଫର୍ଦ୍ଦ ଯୋଡ଼ି ପାରିଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ମାର୍ଗ ଦର୍ଶନରେ ପୋଷଣ ମାହ ସଚେତନତା ଉଦ୍ଦେଶ୍ୟରେ ଜିଲ୍ଲାରେ ଆୟୋଜିତ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ରାଜ୍ୟସ୍ତରରେ ୧ମ ପୁରସ୍କାର ପ୍ରାପ୍ତ ହୋଇପାରିଛି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ପୁଷ୍ପଲତା ପାତ୍ର ଏବଂ ପୋଷଣ ଜିଲ୍ଲା ସଂଯୋଜକ ଏସ୍‌.କେ. ସିରାଜ ଅକ୍ତର ମହିଳା ଓ ଶିଶୁ ବିଭାଗର ସଚିବ ଶୁଭା ଶର୍ମାଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଏହି ସଫଳତା ଓ ପୁରସ୍କାର ପାଇଁ ଶ୍ରୀମତୀ ପାତ୍ର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳଙ୍କ ମାର୍ଗଦର୍ଶନ ଓ ଭଦ୍ରକ ଜିଲ୍ଲାର ସମସ୍ତ ଆଇ.ସି.ଡ଼ି.ଏସ୍‌.କର୍ମଚାରୀମାନଙ୍କୁ ଶ୍ରେୟ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.