Home ଜିଲ୍ଲା ପରିକ୍ରମା ଜିଲ୍ଲା ଆଇନ୍‌ସେବା ପ୍ରାଧୀକରଣ ପକ୍ଷରୁ ସଚେତନତା ଶିବିର

ଜିଲ୍ଲା ଆଇନ୍‌ସେବା ପ୍ରାଧୀକରଣ ପକ୍ଷରୁ ସଚେତନତା ଶିବିର

22

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ଆଇନ୍‌ସେବା ପ୍ରାଧୀକରଣ ପକ୍ଷରୁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ୍‌ସେବା ପ୍ରାଧୀକରଣର ସଚିବ ନେହା ଅଗ୍ରୱାଲ ଏହି ସଚେତନତା କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରିଥିଲେ । ମହିଳାମାନଙ୍କୁ ଯୈନଶୋଷଣରୁ ସୁରକ୍ଷା ଦେବା ପାଇଁ ଉପଲବ୍ଧ ଆଇନ୍‌ଗତ ବ୍ୟବସ୍ଥା ଓ ତାହାର କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ଭାବରେ ଉପସ୍ଥାପନ କରାଯାଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ସନ୍ତୋଷ କୁମାର ପାତ୍ର, ଶିଶୁ ବିଶେଷଜ୍ଞ ଡ଼ା ସନ୍ତୋଷ କୁମାର ଜେନା, ଡ଼ି.ପି.ଏମ୍‌. ସରିତା ମହାପାତ୍ର, ଡ଼ା. ତାପସ କୁମାର ମହାନ୍ତି, ପ୍ୟାନେଲ୍ ଓକିଲ ଜିଲ୍ଲା ଆଇନ୍‌ସେବା ପ୍ରାଧୀକରଣ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ବିଶେଷ କରି ସୁପ୍ରିମ୍ କୋର୍ଟର ଜଜ୍‌ମେଣ୍ଟ ସବୁ ଆଲୋଚନା କରାଯାଇଥିଲା ଏବଂ ତତ୍‌ସହିତ ସଂପୃକ୍ତ ଆଇନ୍ ବିଷୟରେ ବିଷଦ ଭାବରେ ଆଲୋଚନା କରାଯାଇ ଉପସ୍ଥିତ ସମସ୍ତ କର୍ମଚାରୀମାନଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଆୟୋଜନରେ ଜିଲ୍ଲା ଆଇନ୍‌ସେବା ପ୍ରାଧୀକରଣ, ଭଦ୍ରକର ସମସ୍ତ କର୍ମଚାରୀମାନେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.