Home କେନ୍ଦୁଝର ଷଡଙ୍ଗ ପଞ୍ଚାୟତକୁ ୫ଦିନିଆ ସର୍ଟଡାଉନ ଘୋଷଣା କଲେ ସରପଞ୍ଚ

ଷଡଙ୍ଗ ପଞ୍ଚାୟତକୁ ୫ଦିନିଆ ସର୍ଟଡାଉନ ଘୋଷଣା କଲେ ସରପଞ୍ଚ

207

ହାଟଡିହି ୫ । ୮ : (ଓଡିଆ ପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଷଡଙ୍ଗରେ ଦିନକୁ ଦିନ ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ନେଇ ଆଜି ସ୍ଥାନୀୟ ସରପଞ୍ଚ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ୫ଦିନିଆ ସର୍ଟଡାଉନ ଘୋଷଣା କରିଛନ୍ତି । ଏହି ପଞ୍ଚାୟତର ଷଡଙ୍ଗ ଓ ମତାବାଜ ଗ୍ରାମରେ ଗତ ୪ଦିନ ଭିତରେ ୧୨ଜଣ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେବାପରେ ସରପଞ୍ଚ ଏପରି ପଦକ୍ଷେପ ନେଇଛନ୍ତି । ସମସ୍ତ ଆକ୍ରାନ୍ତ ମାନେ ସ୍ଥାନୀୟ ଆକ୍ରାନ୍ତ ହୋଇଥିବାରୁ ସମଗ୍ର ପଞ୍ଚାୟତରେ ଭୟର ବାତାବରଣ ଖେଳିଯାଇଛି । ପଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାର ଆଶଙ୍କା କରି ଆଜି ସରପଞ୍ଚ ସ୍ୱର୍ଣ୍ଣପ୍ରଭା ଜେନା ସମଗ୍ର ପଞ୍ଚାୟତରେ ୫ଦିନ ପାଇଁ ସର୍ଟଡାଉନ ଘୋଷଣା କରିଛନ୍ତି । ଆସନ୍ତା ୬ତାରିଖ ସକାଳ ୫ଟାଠାରୁ ଏହି କଟକଣା ଲାଗୁ ହେବା ସହିତ ଏହା ଆସନ୍ତା ୧୦ତାରିଖ ମଧ୍ୟରାତ୍ର ଯାଏ ବଳବତ୍ତର ରହିବ ବୋଲି ଘୋଷଣା କରାଯାଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ଛାଡି ସମସ୍ତ ଦୋକାନ ବଜାର ବନ୍ଦ ରଖିବା ପାଇଁ ପଞ୍ଚାୟତର ସମସ୍ତ ଗ୍ରାମରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଘୋଷଣା କରାଯାଇ ଲୋକମାନଙ୍କୁ ସୁଚନା ଦିଆଯାଇଛି । ଲୋକମାନେ ଘରୁ ବାହାରକୁ ନବାହାରିବା ସହିତ ମାସ୍କ ବ୍ୟବହାର କରିବା, ସାବୁନରେ ହାତ ଧୋଇବା, ସାମାଜିକ ଦୁରତା ବଜାୟ ରଖିବାକୁ ସରପଞ୍ଚ ଲୋକମାନଙ୍କୁ ସଚେତନ କରାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.