Home କେନ୍ଦୁଝର ଅଢ଼େଇଦ୍ୱାର-ମତାବାଜ ସଂଗରୋଧ କେନ୍ଦ୍ରରୁ ଚୋରୀ, ପୁଲିସର କାର୍ଯ୍ୟାନୁଷ୍ଠାନ ଶୁନ

ଅଢ଼େଇଦ୍ୱାର-ମତାବାଜ ସଂଗରୋଧ କେନ୍ଦ୍ରରୁ ଚୋରୀ, ପୁଲିସର କାର୍ଯ୍ୟାନୁଷ୍ଠାନ ଶୁନ

233

ହାଟଡିହି ୫ । ୮ : (ଓଡିଆ ପୁଅ / ବିକାଶ ବିଶ୍ୱାଳ) ଷଡଙ୍ଗ ପଞ୍ଚାୟତ ଅଢ଼େଇଦ୍ୱାର ମତାବାଜ ସଂଗରୋଧ କେନ୍ଦ୍ରରୁ ଇନଭଟର ଚୋରୀ ହୋଇଥିବାନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ଆଜି ପର୍ଯ୍ୟନ୍ତ ଚୋରଙ୍କ ସନ୍ଧାନ ପାଇବାରେ ବିଫଳ ହୋଇଛି । ଅଭିଯୋଗ ଅନୁଯାଇ ଷଡଙ୍ଗ ପଞ୍ଚାୟତରେ କୋଭିଡ-୧୯ର ସୁପରିଚାଳନା ପାଇଁ ଷଡଙ୍ଗ କଲେଜ, ଷଡଙ୍ଗ ରାମ ବିକ୍ରମ ହାଇସ୍କୁଲ, ଷଡଙ୍ଗ ୟୁପି ସ୍କୁଲ ଓ ଅଢ଼େଇଦ୍ୱାର ମତାବାଜ ୟୁପି.ଏମ.ଇ ସ୍କୁଲରେ ୪ଟି ସଙ୍ଗରୋଧ କେନ୍ଦ୍ର କରାଯାଇଥିଲା । ଅଢ଼େଇଦ୍ୱାର ମତାବାଜ ଅସ୍ଥାୟୀ ଚିକିତ୍ସେକେନ୍ଦ୍ର୍ରରେ ୨୪ଘଣ୍ଟିଆ ବିଦ୍ୟୁତ ସଂଯୋଗ ପାଇଁ ଇନଭଟର ଲଗାଯାଇଥିଲା । କିନ୍ତୁ ଏଠାରେ କୌଣସି ପ୍ରବାସୀ ଓଡିଆ ରହୁ ନଥିଲେ । ଏହି ରୁମର ଚାବି ସ୍ୱୁଲର ପ୍ରଧାନ ଶିକ୍ଷକ ରାଜକିଶୋର ସ୍ୱାଇଁ ଏବଂ ଆଉ ଏକ ଚାବି ପଞ୍ଚାୟତର ଏସିଏମ କୈଳାଶ ବେଜଙ୍କ ପାଖରେ ରହୁଥିଲା । କିନ୍ତୁ ଗତ ୧୫ତାରିଖ ଦିନ କେହି ଦୁର୍ବୁତ ଚାବି ଭାଙ୍ଗି ଭିତରେ ଥିବା ଇନଭଟର, ବ୍ୟାଟେରୀ ଆଦିକୁ ନେଇଯାଇଥିଲେ । ଏପରିକି ଦୁର୍ବୁତମାନେ ତାଲା ଭାଙ୍ଗିବାପରେ ପୁଣି ନୁତନ ତାଲା ପକାଇ ଦେଇଥିଲେ । ପରଦିନ ପ୍ରଧାନ ଶିକ୍ଷକଙ୍କ ଠାରୁ ଖବର ପାଇ ସରପଞ୍ଚ ସ୍ୱର୍ଣ୍ଣପ୍ରଭା ଯେନା, ପିଇଓ, ମଧୁସ୍ମିତା ମହାନ୍ତି, ଜିଆରଏସ ଗଣେଶ୍ୱର ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି କବାଟ ତାଲା ଭାଙ୍ଗି ଘର ଭିତରୁ ଇନଭଟର ଚୋରୀ ଯାଇଥିବା ସମ୍ପର୍କରେ ଜାଣିବାପରେ ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବାପରେ ପୁଲିସ ଉକ୍ତ ସ୍କୁଲକୁ ଯାଇ ତଦନ୍ତ କରିବା ସହ ସ୍କୁଲର ପ୍ରଧାନ ଶିକ୍ଷକ ଓ ଏସ.ସି.ଏମଙ୍କୁ ଡାକି ପଚରାଉଚୁରା କରିବା ପରେ ଚୁପ ହୋଇଯାଇଛି । ଏପରିକି ଏଫ.ଆଇ.ଆର ର କପି ମଧ୍ୟ ଦେଉ ନଥିବା ସରପଞ୍ଚ ଅଭିଯୋଗ କରିଛନ୍ତି । ପୁଲିସ ଉଚ୍ଚ କର୍ତ୍ତୁପକ୍ଷ ତୁରନ୍ତ ଏହାର ତଦନ୍ତ କରି ଦୁର୍ବୁତଙ୍କୁ ଧରିବା ଲାଗି ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.