Home ଓଡ଼ିଶା ଶଶୁର ଘର ଲୋକଙ୍କ ଆକ୍ରମଣରେ ବାପ ଗୁରୁତର ପୁଅ ଆହତ

ଶଶୁର ଘର ଲୋକଙ୍କ ଆକ୍ରମଣରେ ବାପ ଗୁରୁତର ପୁଅ ଆହତ

208

ପାଟଣା ୧୯-୧୧ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ହରିଚନ୍ଦନ ପୁର ଗ୍ରାମରେ ଘଟିଥିବା ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ପୁଅର ଶଶୁର ଘର ଲୋକଙ୍କ ଆକ୍ରମଣ ରେ ବାପା ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ପୁଅ ଆହତ ହୋଇଛନ୍ତି ଗ୍ରାମର ଲକ୍ଷ୍ମୀଧର ମହାନ୍ତ ଙ୍କ ପୁଅ ଦିଲ୍ଲୀପ ମହାନ୍ତ ଖୁଣ୍ଟାପିଙ୍ଗୁ ଗ୍ରାମର ପରେଶ ମହାନ୍ତ ଙ୍କ ଝିଅ କୁ ପ୍ରେମ ବିବାହ କରିଥିଲେ କୌଣସି କାରଣ ରୁ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା ଏଥିରେ ପୁଅର ଶଶୁର ଶାଶୁ ଓ ଶଳା ଆସି ପୁଅ ଦିଲ୍ଲୀପ ମହାନ୍ତ ଙ୍କୁ ମାଡ଼ ମାରିବା ସମୟରେ ବାପା ଲକ୍ଷ୍ମୀଧର ବିରୋଧ କରିବାରୁ ଟାଙ୍ଗିଆ ସେମାନେ ଲକ୍ଷ୍ମୀଧର ଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଏଥିରେ ବାପା ଲକ୍ଷ୍ମୀଧର ଗୁରୁତର ହୋଇଥିବା ବେଳେ ପୁଅ ଦିଲ୍ଲୀପ ମହାନ୍ତ ଆହତ ହୋଇଛନ୍ତି। ଏନେଇ ତୁରୁମୁଙ୍ଗା ଥାନା ରେ ଅଭିଯୋଗ ପରେ ୧୩୦/୧୯ରେ ମାମଲା ପୋଲିସ ଘଟଣାର ତଦନ୍ତ କରୁଛି। ଆକ୍ରମଣ କରିଥିବା ୩ ଜଣ ଫେରାର ହୋଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.