Home ଓଡ଼ିଶା ଅବକାରୀ ବିଭାଗ ର ଚଢ଼ାଉ ବିପୁଳ ପରିମାଣର ଦେଶି ଓ ବିଦେଶୀ ମଦ ଜବତ ୪...

ଅବକାରୀ ବିଭାଗ ର ଚଢ଼ାଉ ବିପୁଳ ପରିମାଣର ଦେଶି ଓ ବିଦେଶୀ ମଦ ଜବତ ୪ ଗିରଫ

173

ପାଟଣା ୧୯-୧୧ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ତରଫରୁ ମଙ୍ଗଳବାର ତୁରୁମୁଙ୍ଗା ଥାନା ଅଞ୍ଚଳରେ ବିଭିନ୍ନ ଗ୍ରାମରେ ଚଢ଼ାଉ କରି ବିପୁଳ ପରିମାଣ ର ଦେଶୀ ଓ ବିଦେଶୀ ମଦ ଜବତ କରି ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଖିରେଇଟାଙ୍ଗିରି ରାଜନଗର ଭଅଁରପୁର ଓ କଣ୍ଟିଆ ପଡା ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ମହୁଲି ମଦ ସହିତ ବିଦେଶୀ ମଦ ଜବତ କରି ବେଇଆନ ମଦ ବିକ୍ରି କରୁଥିବା ଅଭିଯୋଗ ରେ ୪ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ବ୍ୟକ୍ତି ହେଲେ ଖିରେଇଟାଙ୍ଗିରି ଗ୍ରାମର ଲିପୁନ ମଣ୍ଡଳ(୨୪) କଣ୍ଟିଆ ପଡ଼ା ର ଶରତ ବେହେରା(୩୮) ରାଜନଗର ଗ୍ରାମର ସୁନୀଲ ମୁଣ୍ଡା, ଏବଂ ଭଅଁରପୁର ଗ୍ରାମର ଗୋପାଳ ମହାନ୍ତ (୫୫) ଏମାନଙ୍କ ଠାରୁ ୧୦୫ ଲିଟର ମହୁଲି ମଦ ଜବତ କରାଯିବା ସହିତ ଖିରେଇଟାଙ୍ଗିରି ଲିପୁନ ମଣ୍ଡଳଙ୍କ ଠାରୁ ୨୨ ବୋତଲ ବିଦେଶୀ ମଦ ଜବତ ହୋଇଛି। ପୂର୍ବରୁ ଏ ଅଞ୍ଚଳରେ ମଦ କାରବାର ହେଇଥିବା ଅଭିଯୋଗ ହୋଇ ଆସୁଥିବା ରୁ ଅବକାରୀ ବିଭାଗ ତରଫରୁ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ରେ ପାଟଣା ଅବକାରୀ ବିଭାଗର ଦିଲ୍ଲୀପ ତାଣ୍ଡି, ଜନାର୍ଦନ ପଲେଇ ଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.