Home କେନ୍ଦୁଝର ପୁର୍ବତନ ସରପଞ୍ଚ ନିତ୍ୟାନନ୍ଦ ସିଂଙ୍କ ପରଲୋକ

ପୁର୍ବତନ ସରପଞ୍ଚ ନିତ୍ୟାନନ୍ଦ ସିଂଙ୍କ ପରଲୋକ

79

ହାଟଡ଼ିହି, ୩୧ । ୩ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ପଞ୍ଚାୟତର ପୁର୍ବତନ ସରପଞ୍ଚ ତଥା ବଉଳା କଲେଜ ସୋସୋର ପ୍ରତିଷ୍ଠାତା ନିତ୍ୟାନନ୍ଦ ସିଂ (ନାଣ୍ଡୁ ସିଂ)ଙ୍କ ୬୬ବର୍ଷ ବୟସରେ ଆଜି ପରଲୋକ ହୋଇଯାଇଛି । ସେ କିଛିଦିନ ଧରି ରୋଗଶଯ୍ୟାରେ ପିଡିତ ଥାଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ମା ଗୋଦାବରୀ ସିଂ, ବିଧବାପତ୍ନୀ ସୌଦାମିନୀ ସିଂ, ଝିଅ ରାଜଲକ୍ଷ୍ମୀ, ଶୁଭଲକ୍ଷ୍ମୀ, ବିଜୟଲକ୍ଷ୍ମୀ, ସୌଭାଗ୍ୟଲକ୍ଷ୍ମୀ, ପୁଅ ରାମେଶ୍ୱର ସିଂ ପ୍ରମୁଖ ଉପସ୍ଥିତ ଥିଲେ । ସେ ୧୯୯୭ରୁ ୨୦୦୧ ପର୍ଯ୍ୟନ୍ତ ସୋସୋ ପଞ୍ଚାୟତର ସରପଞ୍ଚ ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ । ସେ ଏ ଅଞ୍ଚଳରେ ଉଚ୍ଚ ଶିକ୍ଷାର ପ୍ରସାର ପାଇଁ ବଉଳା କଲେଜ ପ୍ରତିଷ୍ଠା କରିବାସହ ଅନେକ ଧାର୍ମିକ ଓ ସାମଜିକ ଅନୁଷ୍ଠାନ ସହିତ ମଧ୍ୟ ଜଡିତ ଥିଲେ । ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମରଶରୀର କଟକରୁ ଆସି ପହଞ୍ଚିବାପରେ କାନପୁର ଗାଁ ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ସୋସୋ କଲେଜ ପର୍ଯ୍ୟନ୍ତ ନିଆଯାଇଥିଲା । ସେଠାରେ ପୁର୍ବତନ ଆନନ୍ଦପୁର ପୌରାଧ୍ୟକ୍ଷ ଶାନ୍ତନୁ ସେଠୀ, ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ରବିନ୍ଦ୍ର କୁମାର ନାୟକ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନା, ମାର୍କଣ୍ଡ ଚରଣ ଓଝା, ବିଶ୍ୱନାଥ ନାୟକ, ପବିତ୍ର ମୋହନ ପେଡା, ଜିଲ୍ଲା ବିଜେଡି ସମ୍ପାଦକ ସତ୍ୟାନନ୍ଦ ମିଶ୍ର, ବିକ୍ରମ କେଶରୀ ବିଶ୍ୱାଳ, ପୁର୍ବତନ ସରପଞ୍ଚ ବୈଲୋଚନ ନାୟକ, ଶତୃଘ୍ନ ପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶେଷ ଦର୍ଶନ କରିଥିଲେ । ରବିନ୍ଦ୍ରନାଥ ରାଉତ, ରମାକାନ୍ତ ସିଂ, ମାଧବ ଚନ୍ଦ୍ର ସିଂ, ବିନୋଦ କୁମାର ସିଂ, ଦୁର୍ଯ୍ୟୋଧନ ବାରିକ, ଲକ୍ଷ୍ମଣ କୁମାର ସିଂ, ଅନାଦି ଚରଣ ଜେନା, ରାଜେନ୍ଦ୍ର କୁମାର ଜେନା, ଲକ୍ଷ୍ମଣ ମହାପାତ୍ର, ଚୈତନ ମହାପାତ୍ର, ପ୍ରଦୀପ କୁମାର ମହାନ୍ତି, ଅଞ୍ଜନ କୁମାର ରାଉତ, ବେଣୁଧର ବିନ୍ଧାଣି, ଦିଲ୍ଲିପ କୁମାର ସିଂ, ଶରତ କୁମାର ରାଉତ, ସନ୍ତୋଷ କୁମାର ଜେନା, ରାଜେଶ କୁମାର ସିଂ, ଧବଳ କୁମାର ସିଂ, କଲ୍ୟାଣ କୁମାର ରାୟ, ରବିନାରାୟଣ ସିଂ, ଦେବେନ୍ଦ୍ର ସିଂଙ୍କ ସମେତ ଶହଶହ ଗ୍ରାମବାସୀ ତାଙ୍କ ଶବାଧାରରେ ସାମିଲ ହୋଇଥିଲେ । ପରେ ସାଳନ୍ଦୀ ନଦୀକୁଳରେ ତାଙ୍କର ଶେଷକୃତ୍ତ୍ୟ ସମ୍ପର୍ଣ୍ଣ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.