Home ଜିଲ୍ଲା ପରିକ୍ରମା ଶ୍ୱଶୁରର ବୋହୂକୁ ଆକ୍ରମଣ, ଥାନାରେ ମାମଲା

ଶ୍ୱଶୁରର ବୋହୂକୁ ଆକ୍ରମଣ, ଥାନାରେ ମାମଲା

74

ଭଦ୍ରକ, ୩ । ୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ କେନ୍ଦୁଆପଦା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଲାସାହି ଗ୍ରାମର ଗୌରାଙ୍ଗ ପହି ବୋହୂକୁ ଆକ୍ରମଣ କରିଥିବା ଅଭିଯୋଗରେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏକ ମାମଲା ରୁଜୁ ହୋଇଛି । ବୋହୂ ଝିଲ୍ଲୀ ପହି କେନ୍ଦୁଆପଦା ଫାଣ୍ଡରେ କରିଥିବା ଅଭିଯୋଗ ଅନୁଯାୟୀ ଶ୍ୱଶୁର ଗୌରାଙ୍ଗ ପହିଙ୍କ ପରିବାର ସହ ସ୍ୱାମୀ ଲିପୁ ପହିଙ୍କର ନ ପଡ଼ିବାରୁ ପରିବାର ଠାରୁ ପ୍ରାୟ ୧ବର୍ଷ ପୂର୍ବରୁ ପୃଥକ ହୋଇଯାଇଥିଲେ । ପରିବାର ଚଳାଇବା ନିମନ୍ତେ ଲିପୁ କିଛି ଦିନ ପୂର୍ବରୁ ବିଦେଶ ଯାଇଥିବାରୁ ସ୍ତ୍ରୀ ଝିଲି ପହି ଏକମାତ୍ର ପୁଅ ସହ ଶ୍ୱଶୁର ଘରେ ପୃଥକ ଅନ୍ନରେ ଚଳୁଥିଲେ । ମାତ୍ର କୌଣସି କାରଣ ନଥାଇ ଗତ ରବିବାର ଦିନ ଶ୍ୱଶୁର ଗୌରାଙ୍ଗ ନାତିକୁ ମାଡ଼ ମାରିଥିଲେ । ଏନେଇ ଝିଲ୍ଲୀ ଶାଶୁ କେଉଁ କାରଣରୁ ଶ୍ୱଶୁର ତାଙ୍କ ପୁଅକୁ ମାରିଲେ ପଚାରିଥିଲେ । ସେ ସମୟରେ ଘରେ ଥିବା ଶ୍ୱଶୁର ଗୌରାଙ୍ଗ ଓ ବିବାହିତା ନଣନ୍ଦ ବର୍ଷା ଜେନାଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା । ଫଳରେ ଶ୍ୱଶୁର ଗୌରାଙ୍ଗ ଓ ନଣନ୍ଦ ବର୍ଷା ହଠାତ୍ ଉତ୍ତେଜିତ ହୋଇ ବୋହୂ ଝିଲ୍ଲୀକୁ ମାଡ଼ ମାରିଥିଲେ । ଫଳରେ ଆହତ ଝିଲ୍ଲୀ ଏ ନେଇ କେନ୍ଦୁଆପଦା ଫାଣ୍ଡରେ ଲିଖିତ ଅଭିଯୋଗ କରିବା ପରେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.