Home ଜିଲ୍ଲା ପରିକ୍ରମା କୋଭିଡ଼ କଟକଣାରେ ସଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳୁ

କୋଭିଡ଼ କଟକଣାରେ ସଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳୁ

43

ଭଦ୍ରକ, ୩ । ୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୋଭିଡ଼ କଟକଣା ଯୋଗୁଁ ଜନସାଧରଣ ହିନସ୍ତା ଭୋଗ କରିବା ସହିତ ଦୀର୍ଘ ୮ ମାସ ଧରି ଜୀବିକା ହରାଇ ବହୁ ଦୁଃଖକଷ୍ଟରେ କାଳାତିପାତ କରୁଛନ୍ତି । କୋଭିଡ଼ ଅନଲକ ୬ ଆରମ୍ଭ ହେବାକୁ ଯାଉଥିବା ବେଳେ ଧୀରେଧୀରେ କଟକଣା କୋହଳ ହେଉଛି । ମାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସଂଶ୍ଳିଷ୍ଟ କଳାକାର, ମେଲୋଡ଼ି, ନୃତ୍ୟ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ, ଟେଣ୍ଟ, ସାଉଣ୍ଡ, ଲାଇଟ ସାଜସଜ୍ଜା କର୍ମରେ ନିଯୁକ୍ତ ହଜାରହଜାର ଶ୍ରମିକ, କଳାକାର ଓ ମାଲିକମାନେ ହାତବାନ୍ଧି ବସିଛନ୍ତି । ପାର୍ବଣ, ବିବାହ, ବ୍ରତାଦି କର୍ମରେ ନିୟୋଜିତ ଥିବା ବ୍ୟକ୍ତି ବିଶେଷ ପରିବାର ଚଳାଇବା ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେଉଁମାନେ ଏହି ବ୍ୟବସାୟ ନିମନ୍ତେ ଋଣ ଆଣି ଯନ୍ତ୍ରପାତି କିଣିଥିଲେ ତାହା ଖତ ଖାଇବାକୁ ବସିଲାଣି, ଏଣେ ଋଣ ସମେତ ସୁଧର ବୋଝ ବଡିବଡି ଚାଲିଛି । ତେବେ କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର ମଞ୍ଚ କଳାକାର, ସାଉଣ୍ଡ, ଲାଇଟ, ନୃତ୍ୟ, ସଙ୍ଗୀତ କଳାକାର ମାନଙ୍କୁ ସେମାନଙ୍କ କାର୍ଯ୍ୟ କରାଯିବାକୁ ଅନୁମତି ଦେବାକୁ ଆଜି ସନ୍ଧ୍ୟାରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ବିଟିପୁରସ୍ଥିତ ଇଲେଭେନଷ୍ଟାର କ୍ଲବ ପରିସରରେ ଆହୂତ ବୈଠକରେ ୫୦ ରୁ ଉର୍ଦ୍ଧ୍ୱ ଉପରୋକ୍ତ କାର୍ଯ୍ୟ ସହିତ ସଂପୃକ୍ତ ବ୍ୟକ୍ତିବିଶେଷ ଉପସ୍ଥିତ ରହି ମତବ୍ୟକ୍ତ କରିଥିଲେ । ପରେ ଉପରୋକ୍ତ ବିଷୟ ନେଇ ଆଗରପଡ଼ା ଥାନାଧିକରିଣୀଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଇଥିଲେ । ମେଲୋଡ଼ି କଳାକାର ଗୌତମ ବାରିକଙ୍କ ଆବାହକତ୍ୱରେ ଅଶୋକ କୁମାର ପରିଡ଼ା, ଦୀପକ ମହତାବ, କୈଳାସ ଜେନା, ସୁଶାନ୍ତ ସାହୁ, ସୁରେଶ ପରିଡ଼ା, ମନୋଜ କୁମାର ପଣ୍ଡା, କମଳାକାନ୍ତ ମହାନ୍ତି, ସନ୍ତୋଷ କୁମାର ପତି, ପ୍ରଦିପ କୁମାର ଦାସ, ଜିତେନ୍ଦ୍ର କୁମାର ଦାସ, ତପନ ବେହେରା, ସୁରେନ୍ଦ୍ର ସାହୁ, ତପନ କୁମାର ରାଉତ, ରାମଚନ୍ଦ୍ର ସାହୁ, ରତିକାନ୍ତ ଘଡ଼େଇ, ମଦନ ପ୍ରଧାନ, ମୁକ୍ତିକାନ୍ତ ହାତୀ ଉତ୍ତମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.