Home ଜିଲ୍ଲା ପରିକ୍ରମା ଶ୍ୟାମସୁନ୍ଦର ମହାପାତ୍ର ସ୍ମୃତି କଳା ପରିଷଦ ଗଠିତ

ଶ୍ୟାମସୁନ୍ଦର ମହାପାତ୍ର ସ୍ମୃତି କଳା ପରିଷଦ ଗଠିତ

8

ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଂଚଳ ଯାତ୍ରା ସମ୍ରାଟ ସ୍ୱର୍ଗତ ଶ୍ୟାମସୁନ୍ଦର ମହାପାତ୍ରଙ୍କ ସ୍ମୃତି ରକ୍ଷା ପାଇଁ କଳାପରିଷଦ ଗଠନ କରାଯାଇଛି । ଭଣ୍ଡାରିପୋଖରୀ ହନୁମାନ ମଣ୍ଡପରେ ଜାଗରଯାତ୍ରା ଅବସରରେ ସ୍ୱର୍ଗତ ମହାପାତ୍ରଙ୍କ ଶୁଭେଚ୍ଛୁମାନେ ବୈଠକରେ ମିଳିତ ହୋଇ କଳା ପରିଷଦ ଗଠନ କରିଥିଲେ । ଏହି କଳା ପରିଷଦ ସ୍ୱର୍ଗତ ଯାତ୍ରା ସମ୍ରାଟଙ୍କ ସ୍ମୃତି ରକ୍ଷା ସହ ନୂତନ କଳାକାର ସୃଷ୍ଟି ଦିଗରେ କାର୍ଯ୍ୟ କରିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଆଗାମୀ ୧୭ ତାରିଖରେ କଳା ପରିଷଦର ପରିବର୍ଦ୍ଧିତ ବୈଠକ ଅନୁଷ୍ଠିତ ହୋଇ କର୍ମକର୍ତ୍ତା ସ୍ଥିର କରାଯିବ ବୋଲି କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.