Home ଜିଲ୍ଲା ପରିକ୍ରମା ପଂଚୁଟିକ୍ରି ସରାକରୀ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଧନ୍ୟବାଦ ଉତ୍ସବ

ପଂଚୁଟିକ୍ରି ସରାକରୀ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଧନ୍ୟବାଦ ଉତ୍ସବ

5

ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ପଂଚୁଟିକ୍ରି ଠାରେ ଥିବା ପଂଚୁଟିକ୍ରି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିଦ୍ୟାଳୟ ସ୍ତରୀୟ ମୋ ସ୍କୁଲ ଧନ୍ୟବାଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ତାରାକାନ୍ତ ବେହେରା ହୋଇଥିବା ସଭାରେ ସଭାପତିତ୍ୱ କରିଥିବା ବେଳେ ମୋ ସ୍କୁଲ କମିଟିର ସଭାପତି ଭାସ୍କରରଚନ୍ଦ୍ର ଜେନା, ଆଲୁମିନି କମିଟିର ନାରାୟଣ ଚନ୍ଦ୍ର ଧଳ, ସୁବାଶ ଚନ୍ଦ୍ର ପଲେଇ, ହରେକୃଷ୍ଣ ନାୟକ ପ୍ରମୁଖ ମଂଚାସୀନ ଥିଲେ । ଉପସ୍ଥିତ ଥିବା ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀ ନିଜ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରାଆରମ୍ଭ ହୋଇଥିବା ମୋସ୍କୁଲ ଅଭିଯାନର ଭୂୟଶୀ ପ୍ରଶଂସା କରିବା ସହ ପୂର୍ବତନ ଆଲୁମିନି ମାନେ ନିଜ ଅଂଚଳର ଥିବା ବିଦ୍ୟାଳୟର ବିକାଶ ପାଇଁ ଶତଚେଷ୍ଟିତ ଏବଂ ଏଥିପାଇଁ ଦରକାର ପଡୁଥୀବା ଅର୍ଥ ର ଅର୍ଦ୍ଧେକ ସେମାନେ ନିଜ ସଂଚିତ ଅର୍ଥରୁ ଦେଉଥିବା ବେଳେ ଆଉ ଅର୍ଦ୍ଧେକ ସରକାର ଦେଇ ଏହି ବିଦ୍ୟାଳୟ ଗୁଡିକର ଉନ୍ନତି (ମୋସ୍କୁଲ ଅଭିଯାନ)ପାଇଁ ଖର୍ଚ କରିଛନ୍ତି । ଏହି ପୂର୍ବତନ ଛାତ୍ରଛାତ୍ରୀ ଏବଂ ବଦାନ୍ୟ ବ୍ୟକ୍ତି ନିଜର ସଂଚିତ ଅର୍ଥ ମୋସ୍କୁଲ ଅଭିଯାନକୁ ଦାନ କରିଥିବାରୁ ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକ ସେମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ମାନପତ୍ର ପଠାଇଥିବାରୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ତାରାକାନ୍ତ ବେହେରା ଏହି ମାନପତ୍ର ପ୍ରମୁଖ ଆଲୁମିନି ମାନଙ୍କୁ ପ୍ରଦାନ କରିଥିଲେ । ଆଜି ହୋଇଥିବା ମୋସ୍କୁଲ ଧନ୍ୟବାଦ ଉତ୍ସବ ରେ ବିଦ୍ୟାଳୟର ପୂର୍ବତନ ଆଲୁମିନି କମିଟିର ୧୦ଜଣ ସଦସ୍ୟ ମାନଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ପ୍ରେରଣ କରାଯାଇଥିବା ଧନ୍ୟବାଦଞାପନ ପତ୍ର ବଂଟନ କରାଯାଇଥିଲା । ଆଜି ହୋଇଥିବା ଏହି ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ,ଶିକ୍ଷୟତ୍ରୀ ,ଏସଏମସି କମିଟିର ସଭ୍ୟସଭ୍ୟା ଏବଂ ଅଭିଭାବକ ଏବଂ ଅଭିଭାବିକା ପ୍ରମୁଖ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.