Home ଜିଲ୍ଲା ପରିକ୍ରମା ମିଶନ ଦିବ୍ୟାସ୍ତ୍ର, ଅଗ୍ନିି-୫,କ୍ଷେପଣାସ୍ତ୍ରର ୯ମ ପରୀକ୍ଷଣ

ମିଶନ ଦିବ୍ୟାସ୍ତ୍ର, ଅଗ୍ନିି-୫,କ୍ଷେପଣାସ୍ତ୍ରର ୯ମ ପରୀକ୍ଷଣ

6

ଭଦ୍ରକ, ୧୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ପ୍ରତିରକ୍ଷା ଓ ଗବେଷଣା ଉନ୍ନୟନ ସଂସ୍ଥା (ଡିଆରଡିଓ) ପକ୍ଷରୁ ଆଜି ଅପରାହ୍ଣ ୪.୫୦ମିନିଟ ସମୟରେ ଅଗ୍ନି-୫କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ସୁଦୀର୍ଘ ଚାଇନା ଏବଂ ରୁଷିଆକୁ ଲକ୍ଷ୍ୟଭେଦ କରିପାରୁଥିବା ଏବଂ ଚାଇନାର ଡଙ୍ଗପେଙ୍ଗ କ୍ଷେପଣାସ୍ତ୍ରକୁ ଟକ୍କର ଦେବା ଭଳି ଏହି ଅଗ୍ନି -୫ କ୍ଷେପଣାସ୍ତ୍ର ୫୦୦୦କି.ମି ଲକ୍ଷ୍ୟଭେଦ କରିପାରିବ ବୋଲି ଡିଆରଡିଓ କର୍ତୁପକ୍ଷ କହୁଥିବା ବେଳେ ଏହାର ପ୍ରକୃତ ଲକ୍ଷ୍ୟଭେଦ ୫ହଜାର ମାଇଲ ଅର୍ଥାତ ୮ହଜାର କି.ମି ବୋଲି ବହୁ ବୈଜ୍ଞାନିକଙ୍କ ନିକଟରୁ ମତ ପ୍ରକାଶ ପାଇଛି ।ଭୂପୃଷ୍ଠରୁ ଭୁପୃଷ୍ଠକୁ ନିକ୍ଷେପ ହେଉଥିବା ଏହି ଆନ୍ତଃମହାଦେଶୀୟ ବାଲାଷ୍ଟିକ କ୍ଷେପଣାସ୍ତ୍ର ସଂପୂର୍ଣ ରୂପେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମାଣ କରାଯାଇଛି । ଏହି କ୍ଷେପଣାସ୍ତ୍ର ଲମ୍ବ ୧୭ମିଟର, ମୋଟେଇ ୨ମିଟର, ଓଜନ ୫୦ଟନ ହୋଇଥିବା ବେଳେ ଏହା ୧.୧ଟନ ଓଜନର ପାରମ୍ପରିକ କିମ୍ବା ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ହାସଲ କରିଛି ବୋଳି ବିଭାଗୀୟ କର୍ତୁପକ୍ଷଙ୍କ ନିକଟରୁ ପ୍ରକାଶ । ଅଗ୍ନି-୫ କ୍ଷେପଣାସ୍ତ୍ର ୩ଷ୍ଟେଜ ବିଶିଷ୍ଟ କଠିନ ଇନ୍ଧନ ଯୁକ୍ତ । ପ୍ରଥମ ଷ୍ଟେଜ ନିଆଁ ଧରିବାର ୬୦ସେକେଣ୍ଡ ମଧ୍ୟରେ ଦ୍ୱିତୀୟ ଷ୍ଟେଜ ଏବଂ ୧୮୦ସେକେଣ୍ଡ ମଧ୍ୟରେ ତୃତୀୟ ଷ୍ଟେଜ କଠିନ ଇନ୍ଧନ ନିଆଁ ଧରିଥାଏ ।

ଆଜି ଏହି କ୍ଷେପଣାସ୍ତ୍ର ସନ୍ଧ୍ୟା ୫.୪୫ ମିନିଟରେ ହୋଇଥିବା ବେଳେ ଏହି ଅଗ୍ନି-୫ କ୍ଷେପଣାସ୍ତ୍ର ଚାଇନା, ରୁଷିଆ, ମସ୍କୋ, ଆଥେନ୍ସ, କାଇରା,ତେହେରାନ,ବେଜିଂ, ହଂଗକଂଗ,ବ୍ୟାଙ୍ଗକ, ଜାକର୍ତା ଏବଂ ଟୋକିଓ କୁ ଲକ୍ଷ୍ୟଭେଦ କରିପାରିବାର କ୍ଷମତା ଅଛି ବୋଲି ବିଭାଗୀୟ ଅଧିକାରୀଙ୍କ ନିକଟରୁ ପ୍ରକାଶ ।ଆଜି ଏହା ଧାମରା ଠାରେ ଥିବା କଲାମ ଘାଟିରୁ ୪ନଂ ଲଂଚପ୍ୟାଡରୁ କରାଯାଇଥିଲା । ଏହା ରୋଡ ଏବଂ ରେଳ ଲଂଚପ୍ୟାଡରୁ ମୋବାଇଲ ଲଂଚର ଯୋଗେ ପରୀକ୍ଷଣ କରାଯାଇ ପାରିବ । ଏହି ଅଗ୍ନି -୫କ୍ଷେପଣାସ୍ତ୍ର ଆଜି ତାର ୮ମ ସଂସ୍କରଣ ପରୀକ୍ଷା କରାଯାଇଥିଲା । ଏହାର ପ୍ରଥମ ପରୀକ୍ଷା ୧୯ଏପ୍ରିଲ ୨୦୧୨,ଦ୍ୱିତୀୟ ପରୀକ୍ଷଣ ୧୫ ସେପ୍ଟମ୍ବର ୨୦୧୩, ତୃତୀୟ ପରୀକ୍ଷଣ ୩୧ ଜାନୁଆରୀ ୨୦୧୫ ଏବଂ ୪ର୍ଥ ପରୀକ୍ଷଣ ୨୬ ଡିସେମ୍ବର ୨୦୧୬ରେ ଏବଂ ୫ମ ପରୀକ୍ଷଣ ୧୮ ଜାନୁଆରୀ ୨୦୧୮ ରେ,୬ଷ୍ଠ ପରୀକ୍ଷଣ ୩ଜୁନ ୨୦୧୮ରେ ଏବଂ ଏହାର ଶେଷ ସଂସ୍କରଣ ୧୦ ଡିସେମ୍ବର ୨୦୧୮ ମସିହାରେ ସଫଳତାର ସହ ହୋଇଥିଲା ।ଏବଂ ଏହାର ୟୁଜର୍ସ ଟ୍ରାଏଲ ଭର୍ସନର ପରୀକ୍ଷଣ ୨୭ ଅକ୍ଟୋବର୨୦୨୧ ଏବଂ ୧୫ ଡିସେମ୍ବର୨୦୨୨ ମସିହାରେ ହୋଇଥିଲା । ବୋଲି ପ୍ରତିରକ୍ଷା ବିଭାଗ ନିକଟରୁ ପ୍ରକାଶ । ଏହି କ୍ଷେପଣାସ୍ତ୍ରଟି ସଂପୂର୍ଣ ସ୍ୱଦେଶୀ ଜ୍ଞନ କୌଶଳରେ ନିର୍ମିତ । ଏହି କ୍ଷେପଣାସ୍ତ୍ର ୫୦କୋଟି ଟଙ୍କାବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିଲା । ଆଜିର ଏହି ସଫଳ ପରୀକ୍ଷଣ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ଗଣମାଧ୍ୟମ ସାଇଟ ଏକ୍ସରେ ପୋଷ୍ଠ କରି ମିଶନ ଦିବ୍ୟାସ୍ତ୍ର ପାଇଁ ଡିଆରଡିଓ ବୈଜ୍ଞାନିକ ମାନଙ୍କୁ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.