Home ଜିଲ୍ଲା ପରିକ୍ରମା ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ମହାପ୍ରଭୁଙ୍କ ଶତବାର୍ଷିକ ସମାରୋହ ଉଦ୍‌ଘାଟିତ

ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ମହାପ୍ରଭୁଙ୍କ ଶତବାର୍ଷିକ ସମାରୋହ ଉଦ୍‌ଘାଟିତ

13

ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ସିନ୍ଦୋଳ ପଞ୍ଚାୟତ ଅଧୀନ ନୂଆପାଟଣା ଗ୍ରାମର ଶ୍ରୀଶ୍ରୀ ଲକ୍ଷ୍ମୀନାରାୟଣ ମହାପ୍ରଭୁଙ୍କ ଶତବାର୍ଷିକ ସମାରୋହ ରବିବାର ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ମନ୍ଦିର କମିଟି ସଭାପତି କାଳନ୍ଦୀ ଚରଣ ଦାଶଙ୍କ ସଭାପତିତ୍ୱ ଓ କବି ରବିକୁମାର ମହାନ୍ତିଙ୍କ ସଂଚାଳନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ସ୍ତମ୍ଭକାର ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ସମ୍ମାନିତ ଅତିଥି ଭାବେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ତ୍ୟାଗଭୂମି ସମ୍ମେଳନ ସଭାପତି ଅଜୟ ନାୟକ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଉପାଧ୍ୟକ୍ଷା ସୁଭଦ୍ରା ଶତପଥି, ଜିଲାପରିଷଦ ସଭ୍ୟା ସୁଶ୍ରୀ ବିଦ୍ୟୁତଲତା ନାୟକ ଓ ରୁଜାତା ପଣ୍ଡା, ପୂର୍ବତନ ସରପଞ୍ଚ ସୁରେନ୍ଦ୍ର କୁମାର ନାୟକ, ସରପଞ୍ଚ ସୁପ୍ରଭା ପାଣି, ସମିତିସଭ୍ୟ ନକୁଳ ଚନ୍ଦ୍ର ବାରିକ, ପୀରହାଟଥାନା ଅଧିକାରୀ ଶ୍ରୀକାନ୍ତ ପତି ପ୍ରମୁଖ ଯୋଗଦେଇ ଶ୍ରୀଶ୍ରୀ ଲକ୍ଷ୍ମୀନାରାୟଣଙ୍କ ଆଶୀର୍ବାଦ ରହିଲେ ସମସ୍ତଙ୍କର ମଙ୍ଗଳ ସାଧିତ ହୋଇପାରିବ ବୋଲି କହିଥିଲେ । ଏହି ଅବସରରେ ମୁଖପତ୍ର ‘ନମୋ ନାରାୟଣ’ ଓ ଶତବାର୍ଷିକ ସ୍ମୃତିଫଳକକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏଥିସହ ଅନୁଷ୍ଠାନର ପ୍ରାଣପ୍ରତିଷ୍ଠାତାମାନଙ୍କ ସମ୍ବର୍ଦ୍ଧନା ସେମାନଙ୍କ ଉତ୍ତରାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ବରିଷ୍ଠ ସଦସ୍ୟ ନନ୍ଦକିଶୋର ବାରିକ, ରବିନ୍ଦ୍ର ଲେଙ୍କାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ପ୍ରଥମେ ପଣ୍ଡାପୋଖରୀ ଛକ ନିକଟରେ ସାଂସଦଙ୍କ ଆଞ୍ଚଳିକ ପାଣ୍ଠିରୁ ୪ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଲକ୍ଷ୍ମୀନାରାୟଣଙ୍କ ତୋରଣର ସାଂସଦ ଶ୍ରୀମତୀ ମଣ୍ଡଳ ଶିଳାନ୍ୟାସ କରିଥିଲେ । ଏହି ସଭାରେ ପଣ୍ଡିତ ଅନୀଲ ପାଣି ବେଦ ପାଠ କରିଥିବା ବେଳେ ରାଜେଶ କୁମାର ସେଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରଧାନ ଶିକ୍ଷକ ଭକ୍ତବନ୍ଧୁ ପତି ଅତିଥି ପରିଚୟ ପ୍ରଦାନ ଓ ଶିକ୍ଷକ ସୁବାସ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ତିହିଡ଼ି ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧାଂଶୁ ନାୟକ ଏବଂ ଛାତ୍ରଛାତ୍ରୀ ସଂଗୀତ ପରବେଷଣ କରିଥିବା ବେଳେ ଏପିଏସପିଏସ ହାଇସ୍କୁଲର ଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ । ଏହି ସମାରୋହରେ ପୂର୍ବତନ ସରପଞ୍ଚ ହରିହର ସେନାପତି, ବୈକୁଣ୍ଠନାଥ ପାଣି, ବିଧାୟକ ପ୍ରତିନିଧି ବାପୁଜୀ ନାୟକ, ସରପଞ୍ଚ କୈଳାସ ପରିଡ଼ା, ସୁଧନ୍ୱା ନାୟକ, ପ୍ରବୀର ନାୟକ, ପ୍ରଫୁଲ୍ଲ ଦାସ, ଅନିରୁଦ୍ଧ ବାରିକ, ସୁଭେନ୍ଦୁ ମଲିକ, ଗଣେଶ ନାୟକ, ପଦ୍ମଲୋଚନ ପତି ପ୍ରମୁଖଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । କମିଟିର ସମ୍ପାଦକ କପିଳେନ୍ଦ୍ର ବାରିକ, ଭ୍ରମର ବର ଦାସ, ପ୍ରଦୀପ ଦାସ, ସୁଧାକର ଯେନା, ରାଧାଶ୍ୟାମ ଦାସ, ସନାତନ ବାରିକ, ସନ୍ତୋଷ ବେହେରା, ପୂର୍ଣ୍ଣଚନ୍ଦ୍ର ପରିଡା, କାଳନ୍ଦି ବାରିକ, କୈଳାସ ବାରିକ, ରତ୍ନାକର ଦାସ, ଘନଶ୍ୟାମ ପରିଡା, ରମେଶ ଦତ୍ତ, ଶଙ୍କର୍ଷଣ ଯେନା, ରବିନ୍ଦ୍ର ପାଣି, ରତିକାନ୍ତ ବାରିକ, ପ୍ରତାପ ଲେଙ୍କା, ମନୋରଞ୍ଜନ ଜେନା ପ୍ରମୁଖ ସମାରୋହ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.