Home ଜିଲ୍ଲା ପରିକ୍ରମା କାଳିମେଘାରେ ଲକ୍ଷ୍ମୀନାରାୟଣ ପୂଜା

କାଳିମେଘାରେ ଲକ୍ଷ୍ମୀନାରାୟଣ ପୂଜା

15

ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅଧୀନ କାଳିମେଘା ଗ୍ରାମରେ ଲକ୍ଷ୍ମୀନାରାୟଣ ପୂଜା ମହା ଆଡ଼ମ୍ବରରେ ପାଳିତ ହେଉଛି । ୧୯୯୪ ମସିହା ଠାରୁ ଏଠାରେ ଗ୍ରାମବାସୀଙ୍କ ଦ୍ୱାରା ପୂଜା ଆରମ୍ଭ ହୋଇଥିଲା । ଏହି ପୂଜାରେ ଲକ୍ଷ୍ମୀନାରାୟଣ ଓ ସରସ୍ୱତୀଙ୍କର ମୃଣ୍ମୟ ମୂର୍ତ୍ତିଙ୍କୁ ଯଥାରୀତି ପୂଜାର୍ଚ୍ଚନା କରାଯିବା ସହିତ ଆକର୍ଷଣୀୟ ଆଲୋକ ସଜ୍ଜା କରାଯାଇଛି । କର୍ତ୍ତା ଭାବେ ଲକ୍ଷ୍ମୀକାନ୍ତ ମହାନ୍ତି ଓ ପତ୍ନୀ ଝରଣା ମହାନ୍ତି ଏବଂ ପୁରୋହିତ ଭାବେ ମଣ୍ଟୁ କର, ବିଜୟ ଦାଶ ଓ ସନ୍ତୋଷ ପଣ୍ଡା ପୂଜାକାର୍ଯ୍ୟ ସମାପନ କରିଛନ୍ତି । ପୂଜା କମିଟିର ସଭାପତି ସୁରେଶ ମହାପାତ୍ର, ସମ୍ପାଦକ ସୁରେନ୍ଦ୍ର ସାହୁଙ୍କ ସମେତ ସମସ୍ତ ଗ୍ରାମବାସୀ ପୂଜାକାର୍ଯ୍ୟ ପରିଚାଳନାରେ ସହଯୋଗ କରୁଛନ୍ତି । ଏହି ପୂଜାରେ ୯ଦିନ ଧରି ବିଭିନ୍ନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.