Home ଜିଲ୍ଲା ପରିକ୍ରମା ବ୍ଲକସ୍ତରୀୟ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ଉପକରଣ ପାଇଁ ଚିହ୍ନଟ ଶିବିର

ବ୍ଲକସ୍ତରୀୟ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ଉପକରଣ ପାଇଁ ଚିହ୍ନଟ ଶିବିର

15

ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ତିହିଡି ବ୍ଲକସ୍ତରୀୟ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ସହାୟକ ଉପକରଣ ପାଇଁ ଏକ ଚିହ୍ନଟ ଶିବିର ରବିବାର ତିହିଡ଼ି ଜୁନିୟର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଲୋକସଭା ସାଂସଦ ମଂଜୁଲତା ମଣ୍ଡଳଙ୍କ ସୁପାରିଶ କ୍ରମେ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ବିଭାଗ ଏଆଇଡିପି ଯୋଜନାରେ ଦିବ୍ୟାଙ୍ଗ ଜନମାନଙ୍କ ନିମନ୍ତେ ଏବଂ ରାଷ୍ଟ୍ରୀୟ ବୟୋଶ୍ରୀ ଯୋଜନା (ଆରଭିଆଇ) ଯୋଜନାରେ ବିପିଏଲ ଶ୍ରେଣୀର ବରିଷ୍ଠ ନାଗରିକମାନଙ୍କ ପାଇଁ ସହାୟକ କୁତ୍ରିମ ଯନ୍ତ୍ରପାତି ଉପକରଣ ବଣ୍ଟନ କରାଯିବା ନିମନ୍ତେ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଥିଲା । ବିଡିଓ ଜ୍ୟୋତିର୍ମୟ କରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଂଜନ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଶିବିରକୁ ସାଂସଦ ମଂଜୁଲତା ମଣ୍ଡଳ ଉଦ୍‌ଘାଟନ କରିଥିଲେ ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଉପାଧ୍ୟକ୍ଷା ଶୁଭଦ୍ରା ଶତପଥି, ଜିଲାପରିଷ ସଭ୍ୟା ସୁଶ୍ରୀ ବିଦ୍ୟୁତଲତା ନାୟକ, ରୁଜାତା ପଣ୍ଡା, ସରପଞ୍ଚ ଯଶୋଦା ମଲିକ, ସୁପ୍ରଭା ପାଣି, ବିଜେଡି ଜିଲା ସାଧାରଣ ସମ୍ପାଦକ ଚିନ୍ତାମଣି ଦାସ, ଉପସଭାପତି ସୁରେନ୍ଦ୍ର ନାୟକ, ଧାନମନଗର ଯୁବ ବିଜେଡି ସଭାପତି ସୁଧନ୍ୱା ନାୟକ, ବିଧାୟକ ପ୍ରତିନିଧି ବାପୁଜୀ ନାୟକ, ସମିତିସଭ୍ୟ ଜୀବଜ୍ୟୋତି ପଲାଇ, ହରେକୃଷ୍ଣ ଜେନା, ପ୍ରଫୁଲ୍ଲ ଦାସ, ଶୁଭେନ୍ଦୁ ମଲିକ, ନିତ୍ୟାନନ୍ଦ ବେହେରା, ଧନଞ୍ଜୟ ନାୟକ, ଲକ୍ଷ୍ମୀକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ସିବିରରେ ଦୃଷ୍ଟିବାଧିତ ୧୫, ଶାରୀରିକ ଭିନ୍ନକ୍ଷମ ୫୪, ବରିଷ୍ଠ ନାଗରିକ ୯, ଶ୍ରବଣବାଧିତ ୧୬, ମାନସିକ ଅନଗ୍ରସର ୧୫କୁ ମିଶାଇ ମୋଟ ୧୦୯ଜଣ ପଞ୍ଜୀକୃତ ହୋଇଥିଲେ । ତନ୍ମଧ୍ୟରୁ ୬୩ଜଣଙ୍କୁ ଉପକରଣ ବଣ୍ଟନ ପାଇଁ ଚିହ୍ନଟ କରାଯାଇଥିଲା । ନୋଡାଲ ଅଫିସର ଏବିଡିଓ ମାନସ କୁମାର ଜେନା, ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ରଶ୍ମିରଂଜନ ବେହେରା, ମିଶନଶକ୍ତି ସଂଯୋଜକ ଶ୍ରୀକାନ୍ତ ଜେନା, ଏମଜିଏନଆରଇଜିଏସ ସହକାରୀ ସୁଧାଂଶୁ ଶେଖର ନାୟକଙ୍କ ସମେତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଆରଏସ, ଆପଦମିତ୍ର, ଟାସ୍କଫୋର୍ସ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.