Home କେନ୍ଦ୍ରାପଡ଼ା ଶ୍ରୀ ଶ୍ରୀ ଗୋପିନାଥଜୀଉ ଓ ବିନୋଦ ବିହାରୀଙ୍କ ଝୁଲଣ ଯାତ୍ରା ଉଦ୍‌ଯାପିତ

ଶ୍ରୀ ଶ୍ରୀ ଗୋପିନାଥଜୀଉ ଓ ବିନୋଦ ବିହାରୀଙ୍କ ଝୁଲଣ ଯାତ୍ରା ଉଦ୍‌ଯାପିତ

34

କେନ୍ଦ୍ରାପଡ଼ା, ୧୨ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ପୌରସଂସ୍ଥା ଅଧିନ ଗଣାମାହାଲର ଶ୍ରୀ ଗୋପିନାଥଜୀଉ ଏବଂ ଶ୍ରୀ ବିନୋଦବିହାରୀଜୀଉଙ୍କ ଝୁଲଣ ଯାତ୍ରା ଶୁକ୍ରବାର ଗହ୍ମା ପୂର୍ଣ୍ଣିମାରେ ଉଦ୍‌ଯାପିତ ହୋଇଯାଇଛି। ଗତ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଆରମ୍ଭ ହୋଇଥିଲା ଏହି ଝୁଲଣ ଯାତ୍ରା। ମନ୍ଦିରର ଟ୍ରଷ୍ଟି ବିପଦ ଭଞ୍ଜନ ଦାସଙ୍କ ତତ୍ତ୍ୱାବଧାନରେ ଏହି ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ୫ଦିନ ବ୍ୟାପି ଭଜନ ଓ କୀର୍ତ୍ତନରେ ମନ୍ଦିର ପରିସରରେ ଏକ ଅଧ୍ୟାମିôକ ପରିବେଶ ସୃଷ୍ଟି ହୋଇଥିଲା। ଉମାକାନ୍ତ ସିଂ, ବିଶ୍ୱଜିତ୍ ସାହୁ, ମାନସ ସାମଲ, ରମାକାନ୍ତ ସାହୁ, ଅନନ୍ତ ମହାରଣା, ବସନ୍ତ କୁମାର ସାହୁ, ସୁନାକର ସେଠୀ, ଜୟନ୍ତ କୁମାର ସାହୁ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ଏହି ଉତ୍ସବକୁ ଦେଖିବା ପାଇଁ ସହରର ବିଭିନ୍ନ ସ୍ଥାନରୁ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁମାନେ ଏହି ଉତ୍ସବରେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.