Home ଜିଲ୍ଲା ପରିକ୍ରମା ମୁଢାପଦାରେ ବେଆଇନ କରତ କଳ ଜବତ

ମୁଢାପଦାରେ ବେଆଇନ କରତ କଳ ଜବତ

44

ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଷୋଳମପୁର ପଞ୍ଚାୟତର ମୁଢ଼ାପଦା ଗ୍ରାମ ବଣ ହରିଜନସାହିରେ ବେଆଇନ କରତ କଳ ବନବିଭାଗ ଜବତ କରିଥିବା ଜଣାଯାଇଛି। ଆଜି ମାଜିଷ୍ଟ୍ରେଟ ତଥା ଧାମନଗର ଅତିରିକ୍ତ ତହସିଲଦାର ଅନୁପ କୁମାର ବେହେରା ଉପସ୍ଥିତିରେ ଏହି ଚଢ଼ାଉରେ ପ୍ରାୟ ୪ଲକ୍ଷ ଟଙ୍କା ମୂଲ୍ୟର କରତକଳ ଯନ୍ତ୍ରାଂଶ ଓ କାଠ ଜବତ ହୋଇଥିବା ଜଣାଯାଇଛି। ଭଦ୍ରକ ବନଖଣ୍ଡ ଅଧିକାରୀ ଅଧିର କୁମାର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ସହକାରୀ ବନସଂରକ୍ଷକ ଶ୍ୟାମା ଭାରତୀ ଙ୍କ ନେତୃତ୍ୱରେ ଧାମନଗର ରେଞ୍ଜର କୁଶଚରଣ ସିଂ, ତ୍ରିଲୋଚନ ବେହେରା, ବନପାଳ ସୁଶାନ୍ତ କୁମାର ମହାନ୍ତି, ଅମରେନ୍ଦ୍ର ନାୟକ, ପ୍ରଶାନ୍ତ ଦାସ, ବନରକ୍ଷୀ ଓ ଧାମନଗର ପୁଲିସ ସହାୟତାରେ ଏହି କରତକଳର ବିଭିନ୍ନ ଯନ୍ତ୍ରାଂଶ ଗ୍ୟାସ କଟର ସହାୟତାରେ କାଟି ଜବତ କରିଛନ୍ତି। ଏଥିସହ ସହ ପଣସ, ଚାକୁଣ୍ଡା, ପୁଣ୍ଟିଆ ଆଦି ପ୍ରାୟ ୬୬ ଘନଫୁଟ କାଠ ଗଣ୍ଡି ଜବତ କରିଥିବା ବନ ବିଭାଗ ସୂତ୍ରରୁ ପ୍ରକାଶ। ଜବତ ଯନ୍ତ୍ରାଂଶ ଓ କାଠ ଧାମନଗର ରେଞ୍ଜ କାର୍ଯ୍ୟାଳୟ ପରିସରରେ ରଖାଯାଇଛି। ଏ ସମ୍ପର୍କରେ ୟୁ.ଡି. କେସ ଋଜୁ ହୋଇଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.