Home ଓଡ଼ିଶା ଶ୍ରୀ ମନ୍ଦିରରେ ଶ୍ରୀ ଜିଉଙ୍କ ବିବାହ ନୀତି ସଂପର୍ଣ୍ଣ

ଶ୍ରୀ ମନ୍ଦିରରେ ଶ୍ରୀ ଜିଉଙ୍କ ବିବାହ ନୀତି ସଂପର୍ଣ୍ଣ

89

ପୁରୀ, ୨/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଆଜି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ର ବିବାହ ଉତ୍ସବ। ଆଜି ମଧ୍ୟ ରୁକ୍ମଣୀ ହରଣ ଏକାଦଶୀ। ସେଥିପାଇଁ ଆଜି ଶ୍ରୀ ମନ୍ଦିର ରେ ମହାପ୍ରଭୁଙ୍କର ବିଶେଷ ନୀତି ଅନୁଷ୍ଠିତ ହୋଇଛି। ସକାଳ ଧୂପ ପୁଜା ବସିବା ସମୟରେ ଦକ୍ଷିଣୀ ଘରେ ମଦନ ମୋହନ ଙ୍କ ବେଶ ହେବ। ପରେ ମଦନ ମୋହନ ରତ୍ନ ସିଂହାସନ କୁ ବିଜେ କରିବେ। ଭୋଗ ମଣ୍ଡପ ଶେଷ ପରେ ମଦନ ମୋହନ ମହାପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ପାଇ ଜୟ ନିଜୟ ଦ୍ୱାର କୁ ବିଜେ କରିବେ। ସକାଳ ଧୂପ ପୁଜା ବଢିବା ପରେ ପୂଜାପଣ୍ଡା ସାମନ୍ତ ଶ୍ରୀ ଜଗନ୍ନାଥ ଙ୍କ ଶ୍ରୀ ଅଙ୍ଗ ରୁ ଆଜ୍ଞା ମାଳ ନେଇ ଶ୍ରୀ ଦେବୀ ରୁକ୍ମଣୀ ଙ୍କୁ ଦେବେ। ପରେ ମହାଜନ ସେବକ ରୁକ୍ମଣୀ ଙ୍କୁ ସାତ ପାହାଂଚ ରେ ଥିବା ପାଲିଙ୍କି ରେ ବିଜେ କରାଇବେ। ପରେ ବିମାନ ବଡୁ ସେବକ ପାଲିଙ୍କି କୁ ମହାଲକ୍ଷ୍ମୀ ମନ୍ଦିର କୁ ବିଜେ କରାଇ ଅନ୍ୟାନ୍ୟ ନୀତି ବଢିବା ପରେ ବେଶ ସଂପୂର୍ଣ୍ଣ ହୋଇଥାଏ। ପରେ ପୁନର୍ବାର ଅନ୍ୟାନ୍ୟ ନୀତି ବଢି ଶ୍ରୀ ବିଗ୍ରହ ମାନଙ୍କ ମହାସ୍ନାନ ହୋଇ ନୁଆଲୁଗା ଲାଗି କରାଯିବା ପରେ ସନ୍ଧ୍ୟା ଧୂପ ନୀତି ବଢି ସାରିବା ପରେ ମହାପ୍ରଭୁଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଆସନ୍ତା କାଲି ଚମ୍ପକ ଦ୍ୱାଦଶୀ ଅବସରରେ ଶ୍ରୀ ଜିଉ ଙ୍କ ଗୁଆଲି ଯାତ୍ରା ଅନୁଷ୍ଠିତ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.