Home ଓଡ଼ିଶା ଲକଡାଉନ ସମୟରେ ମହାପ୍ରଭୁଙ୍କ ଅବଡା ପାଇବା ପାଇଁ ଭକ୍ତ ଆତୁର

ଲକଡାଉନ ସମୟରେ ମହାପ୍ରଭୁଙ୍କ ଅବଡା ପାଇବା ପାଇଁ ଭକ୍ତ ଆତୁର

192

ପୁରୀ, ୨/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ରାଜ୍ୟ ରେ ଲକଡାଉନ ଚାଲିଥିବା ବେଳେ ପ୍ରତ୍ୟେକ ଦେବାଦେବୀ ମନ୍ଦିର ରେ ମଧ୍ୟ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ଜଗତର ନାଥ ଜଗନ୍ନାଥ ଙ୍କର ଭକ୍ତ ମଧ୍ୟ ପ୍ରଭୁଙ୍କୁ ରତ୍ନ ସିଂହାସନ ଉପରେ ଦର୍ଶନ ପାଇବାରୁ ବଂଚିତ ହୋଇଛନ୍ତି। ଭକ୍ତ ମାନେ କେବଳ ସିଂହ ଦ୍ୱାର ନିକଟରେ ଛିଡା ହୋଇ ପତିତପାବନ ଙ୍କୁ ଦର୍ଶନ କରି ତୃପ୍ତି ଲାଭ କରୁଛନ୍ତି। ସେହିପରି ଲକଡାଉନ ହେବା ଦିନ ଠାରୁ ମହାପ୍ରଭୁଙ୍କର ଦୈନଦିନ ପ୍ରତ୍ୟେକ ନୀତି ଅନୁଷ୍ଠିତ ହେଉଛି। କିନ୍ତୁ ଆନନ୍ଦ ବଜାରରେ ଅବଡା ବିକ୍ରି ହେଉନଥିବା ଯୋଗୁଁ ଭକ୍ତମାନେ ମହାପ୍ରସାଦ ପାଇପାରୁନାହାନ୍ତି। ପ୍ରତ୍ୟେକ ଦିନ ଶ୍ରୀ ମନ୍ଦିର ରେ କେବଳ ବରାଦୀ ଅବଡା ମିଳୁଛି। ମହାପ୍ରଭୁଙ୍କୁ ମଧ୍ୟ ଦୈନଦିନ ଯେଭଳି ଭାବରେ ମହାପ୍ରସାଦ ଓ ଭିନ୍ନ ଭିନ୍ନ ପ୍ରକାରର ବ୍ୟଞନ ଲାଗି ହେଉଥିଲା। ବର୍ତମାନ ସେଥିରେ ହ୍ରାସ ଘଟିଥିଲେ ମଧ୍ୟ ପ୍ରତ୍ୟେକ ଦିନ ସୁଆର ମହାସୁଆର ମାନେ ମହାପ୍ରଭୁଙ୍କ ର ନୀତି ପାଇଁ ବିଭିନ୍ନ ବ୍ୟଞନ ପ୍ରସ୍ତୁତ କରୁଛନ୍ତି। ଭିନ୍ନ ସେ ଠାକୁର ଭିନ୍ନତା ରିତି ନୀତି ଭିନ୍ନତା ପରମ୍ପରା ଭିନ୍ନତା କଳା ସଂସ୍କୃତି ଏ ହେଉଛି ଚାରିଧାମ ମଧ୍ୟରୁ ଅନ୍ୟତମ ଧାମ ପୁରୀର ପରମ ପବିତ୍ର ଶ୍ରୀ ଜଗନ୍ନାଥ ଧାମ। ଏଠି ମହାପ୍ରଭୁ ଭୋଜନ ପାଇଁ ବେଶ୍ ପ୍ରସିଦ୍ଧ। ଦୈନଦିନ ଭିନ୍ନଭିନ୍ନ ପ୍ରକାରର ଷାଠିଏ ପଉଠି ବ୍ୟଞନ ପ୍ରସ୍ତୁତ କରି ସୁଆର ମାନେ ପରସି ଥାନ୍ତି। ମହାବାହୁ ଙ୍କ ପାଖରେ ଲାଗି ହେଉଥିବା ବ୍ୟଞନ ର ମହିମା ଅବର୍ଣ୍ଣନୀୟ। ତେବେ ଏହି କୈବଲ୍ୟ କଣିକା ଟିକେ ପାଇବା ପାଇଁ ବ୍ୟାକୁଳ ଥାଏ ଭକ୍ତ ର ମନ। ଲକଡାଉନ ପୂର୍ବରୁ ପ୍ରତିଦିନ ପ୍ରାୟ ୪୦, ୦୦୦ ଭକ୍ତ ଶ୍ରଦ୍ଧାଳୁ ଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ କରାଯାଏ।ଶ୍ରୀ ଜିଉ ଙ୍କ ସକାଳ, ଦ୍ୱିପହର ଓ ସନ୍ଧ୍ୟା ଧୂପରେ ପ୍ରସାଦ କରି ଦେଉଛନ୍ତି ସୁଆର ସେବକ ମାନେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.