Home ଓଡ଼ିଶା ସ୍ନାନଯାତ୍ରା ପାଇଁ ୧୪୪ ଧାରା ଜାରି

ସ୍ନାନଯାତ୍ରା ପାଇଁ ୧୪୪ ଧାରା ଜାରି

232

ପୁରୀ, ୨/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଚଳିତ ବର୍ଷ ଶ୍ରୀ ଜିଉ ଙ୍କ ଦେବସ୍ନାନ ପୂର୍ଣ୍ଣିମା ଦିନ ଶ୍ରୀ ଜିଉ ମାନଙ୍କ ସର୍ବସାଧାରଣ ଦର୍ଶନ ବାରଣ କରାଯାଇଥିବା ରୁ ମନ୍ଦିର ଚତୁପାଶ୍ୱର୍ରେ ୧୪୪ ଧାରା ଜାରି କରାଯାଇଛି। କରୋନା ମୁକାବିଲା ପରିସ୍ଥିତି କୁ ଦୃଷ୍ଟି ରେ ରଖି ଏଭଳି ନିଷ୍ପତି ଗ୍ରହଣ କରାଯାଇଛି। କରୋନା ମୁକାବିଲା ଆସନ୍ତା ୪ ତାରିଖ ରାତି ୧୦ ଟା ଠାରୁ ୬ ତାରିଖ ପ୍ରାତ ୨ ଘଟିକା ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ। ମାର୍କେଟ ଛକ ଠାରୁ କାକୁଡି ଖାଇ ଛକ, ମର୍ଚ୍ଚିକୋଟ ଛକ ଠାରୁ ଲବଣୀଖିଆ ଛକ ଭାୟା ମର୍ଚ୍ଚିକୋଟ ଲେନ ଲବଣୀଖିଆ ଛକ ଠାରୁ ଦୌଳ ମଣ୍ଡପ ସାହି ରାସ୍ତା ଭାୟା ଜେନାରି ଗଛ ଛକ ଜହ୍ନିମୁଣ୍ଡିଆ ଛକ ଠାରୁ ବାଲିସାହି ରାସ୍ତା ଭାୟା ଭୋଗ ଯାଗା ଏବଂ ଖୁଂଟିଆ ସାହି ଛକ ଖୁଂଟିଆ ସାହି ଛକ ଠାରୁ ସୁଦର୍ଶନ ଗେଷ୍ଟ ହାଉସ୍ ଛକ ଠାରୁ ହରଚଣ୍ଡୀ ସାହି ରାସ୍ତା ର ମାଛହାଟ ଛକ ଭାୟା ବରାହୀ ଛକ ଏବଂ ପଂଚୁଆଦି ଯାଗା ମାଛହାଟ ଛକ ଠାରୁ ଲୋକନାଥ ରୋଡ ର ବୃଷଭ ଛକ ଭାୟା ଶୀତଳ ପିଣ୍ଡା ଛକ ବାରବାଟୀ ଜାଗା ଏବଂ ବୈଠିକି ପିଣ୍ଡା, ବୃଷଭ ଛକ ଠାରୁ ପାଣ୍ଡ ଯାଗା, ଭାୟା ଛପନ ଛକ, ମଙ୍ଗଳା ହାଟ, ମାଳିକା ଛ. ବାଲିସ୍କୁଲ୍‌, ମିଶ୍ରସାହି, ସାତ ବଖରା ଯାଗା, ପାଣ୍ଡ ଯାଗା ଠାରୁ ମର୍ଚ୍ଚିକୋଟ ଛକ, ଭାୟା ଚୁଡଙ୍ଗ ସାହି, ୟୁପି ସ୍କୁଲ, ଚୁଡଙ୍ଗ ସାହି ଛକ, ବାନାମ୍ବର ଛକ, ଶନି ମନ୍ଦିର, ଇଣ୍ଡିଆନ୍ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ।ଦେବସ୍ନାନ ପୂର୍ଣ୍ଣିମା ନୀତି ସମୟରେ ସ୍ନାନ ବେଦୀ ରେ ଶ୍ରୀ ଜିଉ ଙ୍କ ଦର୍ଶନ ଉଦେଶ୍ୟରେ ପୁଲିସ ପ୍ରଶାସନ ଦ୍ୱାରା ବାରଣ କରାଯାଇଥିବା ଉକ୍ତ ଅଂଚଳ ଗୁଡିକରେ ଭିଡ ନକରିବା ନିମନ୍ତେ ଜନସାଧାରଣ ଙ୍କୁ ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.