Home ଜିଲ୍ଲା ପରିକ୍ରମା ଶ୍ରୀ ଚୈତନ୍ୟ ଆଶ୍ରମରେ ନନ୍ଦୋତ୍ସବ ପାଳିତ

ଶ୍ରୀ ଚୈତନ୍ୟ ଆଶ୍ରମରେ ନନ୍ଦୋତ୍ସବ ପାଳିତ

41

ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ମୋଟେଲଛକ ସ୍ଥିତ ନୂଆ ବସ୍‌ଷ୍ଟାଣ୍ଡ ନିକଟ ଶ୍ରୀ ଚୈତନ୍ୟ ଆଶ୍ରମରେ ଆଜି ନନ୍ଦୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଆଶ୍ରମର ପ୍ରତିଷ୍ଠାତା ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଦୁଇଦିନ ବ୍ୟାପୀ ପବିତ୍ର ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଅବସରରେ ଆଶ୍ରମରେ ପ୍ରବଚନ, ଭଜନ ସମାରୋହ, କୃଷ୍ଣ ମାହତ୍ମ୍ୟ ତଥା ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ରାଧାକୃଷ୍ଣ ବେଶ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶ୍ରୀ ଚୈତନ୍ୟ ଆଶ୍ରମର ସଂପାଦକ ଶ୍ରୀଦଣ୍ଡୀ ସ୍ୱାମୀ ଭକ୍ତିବଲ୍ଲଭ ଆଚାର୍ଯ୍ୟ ମହାରାଜଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ସାଧୁସନ୍ଥ ଓ ଭକ୍ତମାନେ ଯୋଗଦାନ କରି ଭଗବତ ସାନିଧ୍ୟ ଲାଭ କରିଥିଲେ। ଶେଷରେ ଆଶ୍ରମର ପ୍ରତିଷ୍ଠାତା ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.