Home ଜିଲ୍ଲା ପରିକ୍ରମା ଭଦ୍ରକ ଇସ୍କନ ମନ୍ଦିରରେ ଜନ୍ମାଷ୍ଟମୀ ଉପଲକ୍ଷେ ନନ୍ଦୋତ୍ସବ ଉଦ୍‌ଯାପିତ

ଭଦ୍ରକ ଇସ୍କନ ମନ୍ଦିରରେ ଜନ୍ମାଷ୍ଟମୀ ଉପଲକ୍ଷେ ନନ୍ଦୋତ୍ସବ ଉଦ୍‌ଯାପିତ

37

ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସହରର କୁଆଁସସ୍ଥିତ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନାବୃତ ସଂଘ ପକ୍ଷରୁ ଇସ୍କନ ମନ୍ଦିରରେ ୫୨୪୭ତମ ଶ୍ରୀ ଶ୍ରୀ ରାଧା ଗୋବିନ୍ଦ ଓ ଗୋପାଳ ଜୀଉଙ୍କର ଜନ୍ମାଷ୍ଟମୀ ତଥା ନନ୍ଦୋତ୍ସବ ସହ ଇସ୍କନର ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀଲ ପ୍ରଭୁପାଦଙ୍କ ୧୨୫ତମ ଜନ୍ମ ଉତ୍ସବ ଯଥା ରୀତିନୀତି ଅନୁଯାୟୀ ପାଳିତ ହୋଇଛି। ମନ୍ଦିର ପରିଚାଳନା କମିଟିର ସକ୍ରୀୟ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ଗୌରଦାଶ ବ୍ରହ୍ମଚାରୀ, ନାମାଚାର୍ଯ୍ୟ ଦାଶ ବ୍ରହ୍ମଚାରୀ, ସଚ୍ଚି ନୟନ ଗୌରଦାଶ, ହେମନ୍ତ ନାୟକ, ବିଜୟ ରାଉତ, ଉମାକାନ୍ତ ପଲାଇ, ଉଜ୍ଜ୍ୱଳ ସାହୁ ପ୍ରମୁଖଙ୍କ ପରିଚାଳନାରେ ଆୟୋଜିତ ଏହି ଉତ୍ସବରେ ପ୍ରଭୁଙ୍କର ଅଧିବାସ, ମହାଭିଷେକ, ମହାଆରତୀ, କୃଷ୍ଣ କଥା ଶ୍ରବଣ, ହରିନାମ ସଂକୀର୍ତ୍ତନ ପରେ ସମସ୍ତ ଶ୍ରଦ୍ଧାଳୁ ଭକ୍ତଙ୍କୁ ପ୍ରସାଦ ବିତରଣ କରାଯାଇଥିଲା। ବିଧାୟକ ସଂଜୀବ କୁମାର ମଲ୍ଲିକ ଏହି ଉତ୍ସବକୁ ଯାଇ ଦୀପଦାନ କରିଛନ୍ତି। ଦୁଇଦିନ ବ୍ୟାପୀ ଏହି ଉତ୍ସବରେ ବହୁ ଶ୍ରଦ୍ଧାଳୁ ଯୋଗଦେଇ ଆଶୀର୍ବାଦ ଲାଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.