Home ଓଡ଼ିଶା ବୈତରଣୀ ଉପରମୁଣ୍ଡରେ ଭାରି ବର୍ଷା, ଅତିକ୍ରମ କରିବ ବିପଦସଙ୍କେତ

ବୈତରଣୀ ଉପରମୁଣ୍ଡରେ ଭାରି ବର୍ଷା, ଅତିକ୍ରମ କରିବ ବିପଦସଙ୍କେତ

31

ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ବୈତରଣୀ ନଦୀର ଉପରମୁଣ୍ଡରେ ଗତ ୨୪ ଘଣ୍ଟା ମଧ୍ୟରେ ଅବପାତ ଜନିତ ଭାରି ବର୍ଷା ହେବା ଫଳରେ ନଦୀରେ ବନ୍ୟା ହେବାକୁ ଯାଉଛି। ନଦୀର ପ୍ରମୁଖ ଜଳସ୍ରୋତ ଉତ୍ସ ଭାବେ ଜଣାଶୁଣା ଚମ୍ପୁଆରେ ୧୦୦.୨ ମି.ମି. ବର୍ଷା ହୋଇଛି। ସେହିପରି ଠାକୁରମୁଣ୍ଡାରେ ୮୭.୦ ମି.ମି. ବର୍ଷା ହୋଇଛି। କେଉଁଝରରେ ୪୪.୪ ମି.ମି., ସ୍ୱାମୀପାଟଣାରେ ୫୬.୬ ମି.ମି., ଆନନ୍ଦପୁରରେ ୨୨.୦ ମି.ମି. ଓ ଆଖୁଆପଦାରେ ୨୪.୬ ମି.ମି. ବର୍ଷା ରେକର୍ଡ କରାଯାଇଛି। ଏଭଳି ବର୍ଷା ପରିମାଣ ପ୍ରଭାବରେ ନଦୀର ଜଳସ୍ତର ଗତ ପ୍ରଥମ ବନ୍ୟାର ଆଖୁଆପଦା ଠାରେ ରେକର୍ଡ ହୋଇଥିବା ସର୍ବାଧିକ ଜଳସ୍ତର ୧୮.୭୫ ମିଟରକୁ ଅତିକ୍ରମ କରିପାରେ ବୋଲି ଅନୁମାନ କରାଯାଉଛି। ଶନିବାର ସନ୍ଧ୍ୟା ୬ ଟା ସୁଦ୍ଧା ଆଖୁଆପଦାରେ ନଦୀର ଜଳସ୍ତର ୧୬.୮୫ମିଟରରେ ପ୍ରବାହିତ ହେଉଛି। ଜଳପତ୍ତନ ୨ ମି.ମି. ମାତ୍ରାରେ ବୃଦ୍ଧିପାଉଛି। ମଧ୍ୟରାତ୍ର ସୁଦ୍ଧା ନଦୀର ଜଳପତ୍ତନ ବିପଦସଙ୍କେତ ସ୍ତର ୧୭.୮୩ମିଟରକୁ ଅତିକ୍ରମ କରିବା ସମ୍ଭାବନା ରହିଛି। ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦.୦ ମି.ମି. ବର୍ଷା ହୋଇଛି। ଗତ ୩ ଦିନ ପୂର୍ବେ ବନ୍ୟାଜଳ ପ୍ଳାବିତ ଅଞ୍ଚଳରେ ପୁନର୍ବାର ବନ୍ୟା ଆସିବାକୁ ଥିବାରୁ ଚାଷୀମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.