Home ଜିଲ୍ଲା ପରିକ୍ରମା ଶ୍ରୀରାମ ନବମୀ ମହୋତ୍ସବ , ଶ୍ରୀରାମ ମହାଯଜ୍ଞ ସିମତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଶ୍ରୀରାମ ନବମୀ ମହୋତ୍ସବ , ଶ୍ରୀରାମ ମହାଯଜ୍ଞ ସିମତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

46

ଭଦ୍ରକ, ୧୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଐତିହାସିକ ଭଦ୍ରକ ଶ୍ରୀରାମ ନବମୀ ମହୋତ୍ସବର ଅବ୍ୟବହିତ ପୂର୍ବରୁ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ନୂଆବଜାର ସ୍ଥିତ ଭାଗବତ କଲ୍ୟାଣ ମଣ୍ଡପ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ପ୍ରଶାସନର କରୋନା ନିୟମାବଳୀ ମଧ୍ୟରେ ରହି ଚଳିତ ବର୍ଷର ଶ୍ରୀରାମ ନବମୀ ମହୋତ୍ସବ ପାଳନ ହେବ ବୋଲି ସଭାପତି ବରିଷ୍ଠ ଆଇନଜୀବୀ ରାୟ ରାମାନନ୍ଦ ମହାପାତ୍ର ପ୍ରକାଶ କରିଛନ୍ତି । ଚଳିତ ବର୍ଷ ୧୦୦ରୁ ଉର୍ଦ୍ଧ୍ୱ ସଂକୀର୍ତ୍ତନ ମେଢ ନଗର ଶୋଭାଯାତ୍ରାରେ ସାମିଲ ହେଉଥିବା ସଭାପତି ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ । ଏପ୍ରିଲ ମାସ ୪ ତାରିଖ ରବିବାର ସକାଳ ୬ଟା ୩୦ ମିନିଟରେ ‘ମାତୃଭୂମି ପାଇଁ ଗଣଦୌଡ଼’ ଅନୁଷ୍ଠିତ ହେବାକୁ ଥିବା ବେଳେ ସେହି ମାସ ୧୧ତାରିଖ ଦିନ ରାଷ୍ଟ୍ରୀୟ ନବବର୍ଷ, ଗୋ – ପୂଜନ, ସନ୍ଥ ପୂଜନ କାର୍ଯ୍ୟକ୍ରମ ସହର ନିକଟସ୍ଥ ରାମନବମୀ ବେତଡ଼ା ଠାରେ ଆୟୋଜିତ ହେବ । ଏପ୍ରିଲ ୧୫ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ୭ ଦିନ ବ୍ୟାପୀ ଗାନ୍ଧୀ ପଡ଼ିଆରେ ମୀନାବଜାର ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ । ଏପ୍ରିଲ ୧୯ ତାରିଖ ସୋମବାର ଦିନ ମାତୃଶକ୍ତି ମହିଳାମାନଙ୍କ ଦ୍ୱାରା କଳସ ଯାତ୍ରା, ବିଭିନ୍ନ ଦେବାଦେବୀଙ୍କ ପୀଠରୁ ଆଜ୍ଞାମାଳ ଯାତ୍ରା ଓ ଶ୍ରୀରାମ ନବମୀ ଯଜ୍ଞାରମ୍ଭ ହେବ ।

୨୦ ତାରିଖ ମଙ୍ଗଳବାର ଦିନ ୧୦୮ ହନୁମାନ ଚାଳିଶା ପାଠ ଯଜ୍ଞ ମଣ୍ଡପ ପରିସରରେ ଅନୁଷ୍ଠିତ ହେବ । ଶେଷରେ ଏପ୍ରିଲ ୨୧ ତାରିଖ ବୁଧବାର ଦିନ ଯଜ୍ଞର ପୂର୍ଣ୍ଣାହୁତି ହେବା ସହ ବିଶାଳ ନଗର ସଂକୀର୍ତ୍ତନ ଶୋଭାଯାତ୍ରା ଅନୁଷ୍ଠିତ ହେବ ବୋଲି ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆ ଯାଇଛି । ସମସ୍ତ କାର୍ଯ୍ୟକ୍ରମ ଗୁଡ଼ିକୁ ଶୃଙ୍ଖଳିତ, ସରସ ସୁ୍‌ଦର ଓ ଭବ୍ୟ କରିବା ସହ ଜିଲ୍ଳାର ସମସ୍ତ ବର୍ଗର ଶ୍ରୀରାମ ଭକ୍ତଙ୍କୁ ସାମିଲ କରିବା ଦିଗରେ ସମିତିର ବରିଷ୍ଠ ଉପଦେଷ୍ଟା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ପ୍ରକାଶ କରିଥିଲେ । ଏହି ସମ୍ମିଳନୀରେ ଶ୍ରୀରାମ ମହାଯଜ୍ଞ ସମିତିର ସଂପାଦକ ଶରତ ପଢିଆରୀ, ସଂଯୋଜକ ଗୋବିନ୍ଦ ରାଉତ, ବରିଷ୍ଠ ଉପଦେଷ୍ଟା ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ନିରଞ୍ଜନ ସାହୁ, ଭଗବାନ ପଣ୍ଡା, ତପନ ମହାନ୍ତି, ଅଭିମନ୍ୟୁ ସେଠୀ, ପ୍ରଦୀପ୍ତ ବିଶ୍ୱାଳ, ଅମ୍ବିକା ଦାସ, ପ୍ରଭାତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିବା ବେଳେ ଗଣମାଧ୍ୟମ ସଂଯୋଜକ ସ୍ୱାଧୀନ ସୁନ୍ଦର ଦାସ, ଦେବାଂଶୁ ରାଉତ, ସରୋଜ ରାଉତ, ଜଗନ୍ନାଥ ବାହାଳିଆ, ପ୍ରଶାନ୍ତ ମଲ୍ଳିକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.