Home ଜିଲ୍ଲା ପରିକ୍ରମା ଶ୍ରୀ ଜଗନ୍ନାଥଙ୍କ ମାଟିରେ ଗୋହତ୍ୟା ସମ୍ପୂର୍ଣ୍ଣ ବନ୍ଦ ପାଇଁ ବଜରଙ୍ଗ ଦଳର ଦାବୀ

ଶ୍ରୀ ଜଗନ୍ନାଥଙ୍କ ମାଟିରେ ଗୋହତ୍ୟା ସମ୍ପୂର୍ଣ୍ଣ ବନ୍ଦ ପାଇଁ ବଜରଙ୍ଗ ଦଳର ଦାବୀ

33

ଭଦ୍ରକ, ୧୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବଜରଙ୍ଗ ଦଳ ତରଫରୁ ଭଦ୍ରକ ବାଇପାସସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଯାଇଛି । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ନିଧି ସଂଗ୍ରହ ଅଭିଯାନରେ ସମ୍ମିଳିତ ବଜରଙ୍ଗ ଦଳର ସମସ୍ତ କାର୍ଯ୍ୟକର୍ତ୍ତାମାନଙ୍କୁ ସ୍ୱାଗତ କରାଯାଇଥିଲା । ଜିଲ୍ଲା ସଂଯୋଜକ ବିପିନ୍ ବିହାରୀ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବଜରଙ୍ଗ ଦଳ ପ୍ରାନ୍ତ ସଂଯୋଜକ ମାନସ ମହାନ୍ତି ଯୋଗ ଦେଇ ବଜରଙ୍ଗ ଦଳର ସମାଜରେ ଆବଶ୍ୟକତା ସମ୍ପର୍କରେ କହିଥିଲେ । ବିଭାଜନକାରୀ,ରାଷ୍ଟ୍ରଦ୍ରୋହୀ ମାନଙ୍କ ପାଇଁ ବଜରଙ୍ଗ ଦଳ କାଳ ସଦୃଶ, ଯୁବସମାଜ ସ୍ୱାବଲମ୍ବୀ ଓ ସ୍ୱାଭିମାନୀ ହେବା ସହ ନିଶାମୁକ୍ତ ଯୁବ ସମାଜ ନିର୍ମାଣ ପାଇଁ ଆହ୍ୱାନ ଦେଇଥିଲେ । ବର୍ତ୍ତମାନ ସମୟରେ ଓଡିଶାରେ ଅହେତୁକ ଭାବେ ଗୋଚାଲାଣ ଓ ଗୋହତ୍ୟା ବଢିଚାଲିଛି । ସଂଗଠନ ଦୀର୍ଘ ଦିନ ହେବ ଏହାର ନିରାକରଣ ପାଇଁ ସଂଘର୍ଷ କରିଚାଲିଛି । ଆଗାମୀ ଦିନରେ ଗୋପାଳନକୁ ପ୍ରୋତ୍ସାହିତ କରିବା ପାଇଁ – ଗୋ ଆଧାରିତ କୃଷି, ଜୈବିକ ଖତ, ଔଷଧ ତଥା ବିଭିନ୍ନ ଉପଯୋଗୀ ସାମଗ୍ରୀ ନିର୍ମାଣ ଓ ତାର ପ୍ରଶିକ୍ଷଣ ସହ ଅଧିକରୁ ଅଧିକ ଗୋଶାଳା ନିର୍ମାଣ ପାଇଁ ପ୍ରୟାସ କରାଯାଉଛି ।

ରାଜ୍ୟ ସରକାର ଗୋହତ୍ୟା ବନ୍ଦ ପାଇଁ କଠୋର ଆଇନ୍ ପ୍ରଣୟନ କରିବାକୁ ସଙ୍ଗଠନ ତରଫରୁ ଦାବୀ କରାଯାଇଛି । ଏଥିପାଇଁ ସମଗ୍ର ରାଜ୍ୟରେ ବଜରଙ୍ଗ ଦଳର ହଜାର ହଜାର ଯୁବକ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛନ୍ତି । ପ୍ରାନ୍ତ ସଂଯୋଜକ ବଜରଙ୍ଗ ଦଳ ଉପରେ ଲାଗୁଥିବା ମିଥ୍ୟା ଅପବାଦ ବିଷୟରେ ମଧ୍ୟ ଚେତାବନୀ ଦେଇ କହିଥିଲେ ଯେ “ଯେଉଁ ଅସାମାଜିକ ଗୋଷ୍ଠୀ ବଜରଙ୍ଗ ଦଳର ନାମରେ ବଦନାମ କରୁଛନ୍ତି କିମ୍ବା ସଙ୍ଗଠନ ନାମରେ ଗୋଚାଲାଣକୁ ସହଯୋଗ କରୁଛନ୍ତି ଏବେ ଏହା ସଙ୍ଗଠନ ବରଦାସ୍ତ କରିବ ନାହିଁ । ସେମାନଙ୍କ ବିରୋଧରେ ଦୃଢ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ।” ଆଜିର ଏହି ବୈଠକରେ ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି ବିଜୟ ସିହ୍ନା, ଜିଲ୍ଲା ସଂଯୋଜକ କାହ୍ନୁଚରଣ ସିଂଙ୍କ ସମେତ ବଜରଙ୍ଗ ଦଳର ଜିଲ୍ଲା ଟୋଲିର ଜୟ ପ୍ରକାଶ ପତି, ଦେବେନ୍ଦ୍ର ନାୟକ, ବ୍ରହ୍ମାନନ୍ଦ ସାହୁ, ଦେବାଶିଷ ରାଉତ, କ୍ଷିତିଶ ରାଉତ, ଦେବେନ୍ଦ୍ର କେଶ୍‌, ଦୀପକ ଗୁହରାଏ, ଦେବାଶିଷ ନାୟକ, ଯୋଗେଶ ଶର୍ମା ସମେତ ଚାନ୍ଦବାଲି, ତିହିଡି, ବାସୁଦେବପୁର, ଧାମନଗର, ବନ୍ତ, ଭଣ୍ଡାରିପୋଖରୀ, ଭଦ୍ରକ ବ୍ଲକ, ଭଦ୍ରକ ନଗର, ଖଇରା ସିମୁଳିଆ ଆଦି ସ୍ଥାନରୁ ଅନେକ କାର୍ଯ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.