Home ଜିଲ୍ଲା ପରିକ୍ରମା ଶ୍ରୀରାମ ନବମୀ ଉପଲକ୍ଷେ ୧୦୮ ଅଖଣ୍ଡ ହନୁମାନ ଚାଳିଶା ପାଠ

ଶ୍ରୀରାମ ନବମୀ ଉପଲକ୍ଷେ ୧୦୮ ଅଖଣ୍ଡ ହନୁମାନ ଚାଳିଶା ପାଠ

120

ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀରାମ ମହଯଜ୍ଞ ସମିତି, ଭଦ୍ରକ ପକ୍ଷରୁ ଶ୍ରୀରାମ ନବମୀ ମହଯଜ୍ଞ ଉପଲକ୍ଷେ ଆଜି ଯଜ୍ଞ ମଣ୍ଡପ ପରିସରରେ ସମିତିର ସଦସ୍ୟମାନଙ୍କ ଦ୍ୱାରା ୧୦୮ ଅଖଣ୍ଡ ହନୁମାନ ଚାଳିଶା ପାଠ କରାଯାଇଛି । ଶ୍ରୀରାମ ନବମୀ ମହାଯଜ୍ଞର ଆଜି ଦ୍ୱିତୀୟ ଦିବସ । ପରମ୍ପରା ଅନୁଯାୟୀ ହନୁମାନ ଚାଳିଶା ପାଠ କରାଯାଏ । ବରିଷ୍ଠ ସଦସ୍ୟ ନିଳକଣ୍ଠ ସାହୁଙ୍କ ନେତୃତ୍ୱରେ ହୋଇଥିବା ହନୁମାନ ଚାଳିଶା ପାଠ କାର୍ଯ୍ୟକ୍ରମରେ ଅମ୍ବିକା ଦାସ, ସୂର୍ଯ୍ୟବଂଶୀ ସୂରଜ, ମଦନ ବାରିକ, ଆଶିଷ ବାରିକ, ଶିବଶଙ୍କର ଦାସ, ସ୍ୱରୂପାନନ୍ଦ ମହାପାତ୍ର, ହିତେଶ ମହାନ୍ତି, ରଶ୍ମିରଂଜନ ମହାକୁଡ ପ୍ରମୁଖ ସାମିଲ ଥିଲେ । ଯଜ୍ଞ କାର୍ଯ୍ୟରେ ସଭାପତି ରାୟ ରାମାନନ୍ଦ ମହାପାତ୍ର, ସମ୍ପାଦକ ଶରତ ପଢିଆରୀ, ଗୋବିନ୍ଦ ରାଉତ, ସନାତନ ସାହୁ, ନିରଞ୍ଜନ ସାହୁ, ବିଜୟ ସିନ୍‌ହା, ପ୍ରଦିପ୍ତ ବିଶ୍ୱାଳ, ତପନ ମହାନ୍ତି, ଭଗବାନ ପଣ୍ଡା, ସ୍ୱାଧୀନ ସୁନ୍ଦର ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତାକାଲି ଶ୍ରୀରାମ ମହାଯଜ୍ଞର ପୂର୍ଣ୍ଣାହୁତି । ଘରେ ଘରେ ସନ୍ଧ୍ୟା ୬ଟାରେ ହନୁମାନ ଚାଳିଶା ପାଠ କରିବା ସହିତ ବିଭିନ୍ନ ମେଢ କମିଟି ଦ୍ୱାରା ନିର୍ମିତ ମୂର୍ତ୍ତିଗୁଡ଼ିକୁ ନିଜ ସାହି/ଗ୍ରାମରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବାକୁ ସମିତି ପକ୍ଷରୁ ନିବେଦନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.