Home ଜିଲ୍ଲା ପରିକ୍ରମା ଭଦ୍ରକରେ ଲାଗୁ ହେବ ସପ୍ତାହାନ୍ତ ସଟ୍‌ଡାଉନ

ଭଦ୍ରକରେ ଲାଗୁ ହେବ ସପ୍ତାହାନ୍ତ ସଟ୍‌ଡାଉନ

67

ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରଙ୍କ ନିଷ୍ପତି ମୂଳେ ସମଗ୍ର ରାଜ୍ୟରେ ଆସନ୍ତା ୨୪ ତାରିଖଠାରୁ ସପ୍ତାହାନ୍ତ ୨ ଦିନିଆ ଶନିବାର ଓ ରବବିବାର ସଟ୍‌ଡାଉନ କଟକଣା ଲାଗୁ ହେବ । ଏଥି ନେଇ ଭଦ୍ରକ ଜିଲ୍ଲାପାଳ ଡ. ଜ୍ଞାନ ଦାସ ଭଦ୍ରକ ଜିଲ୍ଲା ପାଇଁ କଟକଣାର ଗାଇଡ଼୍ ଲାଇନ ଜାରି କରିଛନ୍ତି । ରାତ୍ରି କାଳୀନ କର୍ଫ୍ୟୁ ରାତ୍ରି ୯ଟା ଠାରୁ ସକାଳ ୫ଟା ପର୍ଯ୍ୟନ୍ତ ଗତ ୧୭ ତାରିଖରୁ ଲାଗୁ ହୋଇଥିବା ବେଳେ ସପ୍ତାହାନ୍ତ ସଟ୍‌ଡାଉନ ଓ ରାତ୍ରି କାଳୀନ କର୍ଫ୍ୟୁକୁ ମିଶାଇ ଭଦ୍ରକ ପୌରପାଳିକା ଅଞ୍ଚଳ ସମେତ ବାସୁଦେବପୁର ପୌରପାଳିକା, ଚାନ୍ଦବାଲଇ ଏନ୍‌ଏସି, ଧାମନଗର ଏନ୍‌ଏସି ଅଞ୍ଚଳ, ଭଦ୍ରକ ବ୍ଲକର ପୌରପାଳିକା ସଂଲଗ୍ନ ରାନ୍ଦିଆ, ଏରେଇଁ ପଞ୍ଚାୟତର ଧଳସାହି, ଗେଲପୁର ପଞ୍ଚାୟତର ସାମରାଇପୁର ଅଞ୍ଚଳ ଶୁକ୍ରବାର ରାତି ୯ଟା ଠାରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଓ ସଟ୍‌ଡାଉନ କଟକଣା ମଧ୍ୟରେ ରହିବ । ଏହି ସପ୍ତାହାନ୍ତ ସଟ୍‌ଡାଉନ ମେ ମାସ ୧୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସଟ୍‌ଡାଉନ ସମୟରେ ସ୍ୱାସ୍ଥ୍ୟ ସେବା, ଟେଲିଫୋନ, ବିଦ୍ୟୁତ, ଗ୍ୟାସ ଯେଗ।।ଣ, ପେଟ୍ରୋଲ ଟାଙ୍କି, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ, ଜଳଯୋଗାଣ, ପରିମଳ, ବର୍ଯ୍ୟବସ୍ତୁ ପରିଚାଳନା, ସୂଚନା ପ୍ରଯୁକ୍ତି, ଏଟିଏମ୍‌, ବ୍ୟାଙ୍କ, ଖାଦ୍ୟ ଯୋଗାଣ, ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ, କୃଷି, ଉଦ୍ୟାନ କୃଷି, ମତ୍ସ୍ୟ, ପ୍ରାଣୀ ସମ୍ପଦ, ଶିଳ୍ପ ଭିତ୍ତିକ କାର୍ଯ୍ୟରେ ନିୟୋଜିତ ସମସ୍ତ ଲୋକେ ଯାତାୟତ କରି ପାରିବେ । ସଟ୍‌ଡାଉନ ସମୟରେ ଖବରକାଗଜ ହକରମାନେ ସକାଳ ୫ଟାରୁ ୮ଟା ମଧ୍ୟରେ ଖବରକାଗଜ ବଣ୍ଟନ କରିବେ । ସେମାନେ ନିଯୁକ୍ତି ଦାତାଙ୍କ ଦ୍ୱାରା ପ୍ରଦତ୍ତ ପରିଚୟପତ୍ର ଦେଖାଇ ଯାତାୟାତ କରି ପାରିବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.