Home Top News ଶ୍ରୀମନ୍ଦିର ରୋଷଘରେ ୪୦ରୁ ଅଧିକ ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ

ଶ୍ରୀମନ୍ଦିର ରୋଷଘରେ ୪୦ରୁ ଅଧିକ ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ

95

ପୁରୀ ୩-୪ (ଓଡ଼ିଆ ପୁଅ) ଶ୍ରୀ ଜଗନ୍ନାଥ ମନ୍ଦିର ରୋଷଘରେ ୪୦ରୁ ଅଧିକ ଚୁଲି ଭାଙ୍ଗିଛନ୍ତି ଦୁର୍ବୃତ୍ତ। ପୂର୍ବ ଶତ୍ରୁତା କାରଣରୁ ଚୁଲି ଭାଙ୍ଗିଥିବା ଅନୁମାନ କରାଯାଉଛି। ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଥିବା ବେଳେ କିଏ ଓ କାହିଁକି ରୋଷଘର ଚୁଲା ଭାଙ୍ଗିଲା ତାହା ସ୍ପଷ୍ଟ ହୋଇନାହିଁ।

ଗତକାଲି ଧୋପଖାଳ ବେଳେ ଚୁଲା ଭଙ୍ଗା ହୋଇଥିବା ଆଶଙ୍କା କରାଯାଉଥିବା ବେଳେ ଜିଲ୍ଲାପାଳ ଏବଂ ମନ୍ଦିର ପ୍ରଶାସନ ପହଞ୍ଚି କଲେ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଚୂଲି ଭାଙ୍ଗିଥିବା କୁହାଯାଉଛି। ତେବେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା ଚୁଲି ଭାଙ୍ଗିଥିବା କଥା ଗଣମାଧ୍ୟମ ଆଗରେ ସ୍ୱୀକାର କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.