Home ଓଡ଼ିଶା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

79

ପୁରୀ, ୨୦/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଆଜି ପୂର୍ବାହ୍ନରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶୀମନ୍ଦିର କାର୍ଯାଳୟ ପରିସରରେ ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜ ଶ୍ରୀ ଦିବ୍ୟ ସିଂହ ଦେବଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପରିଚାଳନା କମିଟି ଅଧ୍ୟକ୍ଷ, ଜିଲ୍ଲାପାଳ ବଲଓନ୍ତ ସିଂ, ଅସିପି ଙ୍କ ସମେତ ପରିଚାଳନା କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଏହି ବୈଠକରେ ଶ୍ରୀମନ୍ଦିର ଉନ୍ନତି କରଣ ପାଇଁ ଆର୍କିଟେକଚର ନିଯୁକ୍ତି ହେବେ। ୭୫ ମିଟର ପରିଧି ଭିତରେ ପ୍ଲାନ ଅନୁସାରେ କାର୍ଯ୍ୟ କରାଯିବ। ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜାଙ୍କ ସହଯୋଗରେ ଶ୍ରୀମନ୍ଦିର ରୀତି, ନୀତି ଓ ଧର୍ମୀୟ ବ୍ୟବସ୍ଥା ନେଇ ସହଯୋଗ ନିଆଯିବ। ସୁପ୍ରମକୋର୍ଟ ଦେଇଥିବା ୨୩ ଗୋଟି ପଏଂଟ ଉପରେ ମଧ୍ୟ ଆଜି ବୈଠକ ରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ମହାପ୍ରଭୁଙ୍କ ସ୍ଥାବର ଓ ଅସ୍ଥାବର ସଂପତିର ଆକଳନ ହୋଇଛି। ଗତ ବର୍ଷ ଡିସେମ୍ବର ୨୭ ତାରିଖରେ ଭିତରଛୁ ଓ ପୋଲିସ୍ ମଧ୍ୟରେ ହୋଇଥିବା ପାଟଣ୍ଣ୍‌ୁ ନେଇ ଯେଉଁ ବିଶୃଙ୍ଖଳା ହୋଇଥିଲା ତା ଉପରେ ଆସନ୍ତା ବର୍ଷ ଜାନୁୟାରୀ ୪ ତାରିଖରୁ ସୁଣାଣୀ ଆରମ୍ବ ହେବ। ମାଟିତୋଟାରେ ସେବାୟତ ଓ ଗୁରୁକୁଳ ପ୍ରତିଷ୍ଠା ପାଇଁ ୧୫ ଏକର ଜମି ଚିହ୍ନଟ କରାଯାଇଛି। ସୁପ୍ରିମକୋଟ ଭକ୍ତଙ୍କ ପାଇଁ ଆଦେଶ ଦେଇଥିବା ସେଲଟର ହୋମ ମଧ୍ୟ ମାଟିତୋଟାରେ ନିର୍ମାଣ ହେବ ଦାନ ଅର୍ଥରେ ଏହି ସେଲଟର ହୋମ ନିର୍ମାଣ କରାଯିବ ଏହା ଶ୍ରୀମନ୍ଦିର ପ୍ରଶାସନ ଅଧିନରେ ରହିବ। ମହାପ୍ରସାଦ ଦର ତାଲିକା ମଧ୍ୟ ଧାର୍ଯ୍ୟ କରାଯିବ। ରୋଷଘର ଓ ଆନନ୍ଦ ବଜାର ପାଇଁ ହେବ ସ୍ୱତନ୍ତ୍ର ରେଗୁଲେସନ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.