Home ଓଡ଼ିଶା ବିଭୋର କଲା ସାହିଯାତ

ବିଭୋର କଲା ସାହିଯାତ

119

ପୁରୀ, ୨୦/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଶ୍ରୀକ୍ଷେତ୍ର ମହୋସ୍ଥବର ୪ର୍ଥ ସନ୍ଧ୍ୟାରେ ଗୁରୁବାର ବିଭୋର କରିଛି ସାହିଯାତ। ଦୋଳମଣ୍ଡପ ୍ସାହି ଏବଂ ବାଲିସାହି ପକ୍ଷରୁ ନାଗା ଏବଂ ମେଢ ନୃତ୍ୟ ପରିବେଷଣ କରାଯାଇଛି। ପୂର୍ବାଂଚଳ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ଆସାମ ଏବଂ ମଣିପୁରୀ ଲୋକନୃତ୍ୟ ଅନୁଷ୍ଠିତ ହୋଇଥିଲା। ନୃତ୍ୟଶିଳ୍ପୀ ରୂପଲତା ମହାନ୍ତଙ୍କ ନିର୍ଦେଶନାରେ ରୁପା ଆଣ୍ଡ ଟ୍ରୁପ୍ କଳାକାର “ମହାସତୀ ବୃନ୍ଦାବତୀ” ଗୀତିନାଟ୍ୟ ମଂଚସ୍ଥ କରିଥିଲେ। ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି, ଅତିରିକ୍ତ ଜିଲାପାଳ ବିନୟ କୁମାର ଦାସ, ବାଲିସାହି ଆଖଡା ସମ୍ପାଦକ ନରେନ୍ଦ୍ର ମହାନ୍ତି, ଦୋଳମଣ୍ଡପ ସାହି ଆଖଡା ସମ୍ପାଦକ ବାସୁଦେବ ତିଆଡି ଅତିଥି ଭାବେ ଯୋଗ ଦେଇଥିଲେ। ମହୋସ୍ଥବ କମିଟି ସଭାପତି ସାହିନାୟକ ନାରାୟଣ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ପ୍ରାକ୍ତନ ଜିଲା ସଂସ୍କୃତି ଅଧିକାରୀ ପ୍ରଫୁଲ ସାମନନ୍ତରାୟ କାର୍ଯ୍ୟକାରୀ ସଭାପତି ବାବାଜୀ ମହାପାତ୍ର, ସଂଗଠନ ସମ୍ପାଦକ ଜଗନ୍ନାଥ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶୁକ୍ରବାର ୧୯ ତମ ଶ୍ରୀକ୍ଷେତ୍ର ମହୋସ୍ଥବ ଉଦ୍‌ଯାପିତ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.