Home Top News ଶ୍ରୀମନ୍ଦିର ପରିକ୍ରମା ମାର୍ଗର ଶୁଭ ଶିଲନ୍ୟାସ ନିମନ୍ତେ ପୂଜାର୍ଚ୍ଚନା ଓ ହୋମ ଯଜ୍ଞ ଆରମ୍ଭ

ଶ୍ରୀମନ୍ଦିର ପରିକ୍ରମା ମାର୍ଗର ଶୁଭ ଶିଲନ୍ୟାସ ନିମନ୍ତେ ପୂଜାର୍ଚ୍ଚନା ଓ ହୋମ ଯଜ୍ଞ ଆରମ୍ଭ

50

ପୁରୀ ୨୨-୧୧ (ଓଡ଼ିଆ ପୁଅ) ଶ୍ରୀମନ୍ଦିର ପରିକ୍ରମା ମାର୍ଗର ଶୁଭ ଶିଲନ୍ୟାସ ନିମନ୍ତେ ଆରମ୍ଭ ହୋଇଛି ପୂଜାର୍ଚ୍ଚନା ଓ ହୋମ ଯଜ୍ଞ। ଶ୍ରୀମନ୍ଦିର ଦୋଳ ବେଦୀ କୋଣ ଉତ୍ତର ପାର୍ଶ୍ଵ ମଠ ସାମ୍ନାରେ ଯଜ୍ଞ ମଣ୍ଡପରେ ଆରମ୍ଭ ହୋଇଛି ହୋମ ଯଜ୍ଞ। ସ୍ତ୍ରୋତ୍ରୀୟ ବ୍ରାହ୍ମଣଙ୍କ ଦ୍ଵାରା ଏହି ହୋମ ଯଜ୍ଞ କରାଯାଉଛି। ୩ ଦିନ ଧରି ଏହି ଯଜ୍ଞ ହେବ। ୨୪ ତାରିଖରେ ଯଜ୍ଞର ପୂର୍ଣାହୁତି ହେବ। ସେହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ। ଗଜପତି ମହାରାଜା ଶୁଭ ଶିଳାନ୍ୟାସ କରିବେ। ଗତକାଲି ଯଜ୍ଞ ନିମନ୍ତେ ଅଙ୍କୁରାରୋପଣ ନୀତି ଶେଷ ହୋଇଛି।ଆଜି ସକାଳୁ ପଞ୍ଚ କର୍ମ, ବ୍ରାହ୍ମଣ ବରଣ, ସୁର୍ଯ୍ୟ ପୂଜା ପରେ ହୋମ ଯଜ୍ଞ ପୂଜା ଚାଲିବ। ତେବେ ମହାପ୍ରଭୁଙ୍କ କୃପାରୁ ନିଶ୍ଚିତ ଭାବେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ଶୀଘ୍ର ଶେଷ ହେବ ବୋଲି ଆଶା ରଖିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.