Home ଓଡ଼ିଶା ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦ, ଧାରଣା...

ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦ, ଧାରଣା ଓ ରାଲି

24

ପୁରୀ ୨୨-୧୧ (ଓଡ଼ିଆ ପୁଅ) ରନ୍ଧନ ଗ୍ୟାସ ର ଅହେତୁକ ତଥା ଅତ୍ୟାବଶ୍ୟକ ସାମଗ୍ରୀ ର ବର୍ଦ୍ଧିତ ମୂଲ୍ୟ ପ୍ରତିବାଦ ରେ ବିଜେଡି ପକ୍ଷରୁ ଆଜି ପ୍ରତି ଜିଲ୍ଲା ରେ କେନ୍ଦ୍ର ସରକାରଙ୍କ ବିରୋଧ ରେ ପ୍ରତିବାଦ, ଧାରଣା ଓ ରାଲି କରାଯାଇଛି। ପୁରୀ ରେ ମଧ୍ୟ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ଓ ଧାରଣା କରାଯାଇଛି। ଜିଲାପାଳ ଙ୍କ ଅଫିସ ଆଗରେ ଏହି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ବିଜେଡି ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ର ବିଜେପି ସରକାର ଜନସାଧାରଣଙ୍କୁ ଦରବୃଦ୍ଧି କରାଇ ଶୋଷଣ କରୁଛି। ରନ୍ଧନ ଗ୍ୟାସ ର ଆକାଶ ଛୁଆଁ ହୋଇ ଥିବା ବେଳେ ପେଟ୍ରୋଲ, ଡିଜେଲ, ଖାଇବା ତେଲ, ଡାଲି ଆଦି ନିତ୍ୟ ବ୍ୟବହାର ଜିନିଷ ଆହେତୁକ ମୂଲ୍ୟ ବୃଦ୍ଧି ହେତୁ ସ୍ୱଳ୍ପ ରୋଜଗାର ବ୍ୟକ୍ତି ଓ ଶ୍ରମିକ ମାନେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ବିଜେପି ସରକାର ର ନାରା ଥିଲା ଆଛେ ଦିନ ଆଏଙ୍ଗେ। ତେବେ କୁଆଡେ ଗଲା ସେ ନାରା ବୋଲି ଯୁବ ବିଜେଡି ନେତା ପ୍ରଶ୍ନ କରିଛନ୍ତି। ଯଦି କେନ୍ଦ୍ର ସରକାର ରନ୍ଧନ ଗ୍ୟାସ ସମେତ ଅତ୍ୟାବଶ୍ୟକ ସାମଗ୍ରୀ ଉପରୁ ଶୀଘ୍ର ଦର ହ୍ରାସ ନ କରନ୍ତି ତାହା ହେଲେ ବିଜେଡି ଆଗାମୀ ଦୀନ ରେ ଲୋକ ଙ୍କ ସ୍ଵାର୍ଥ ପାଇଁ ବ୍ୟାପକ ଆନ୍ଦୋଳନ କରିବ ବୋଲି କହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.