Home ଓଡ଼ିଶା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହରି ଶୟନ ନୀତି ଅନୁଷ୍ଠିତ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହରି ଶୟନ ନୀତି ଅନୁଷ୍ଠିତ

133

ପୁରୀ ୧-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ହରିଶୟନ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହରିଶୟନ ନୀତି ଅନୁଷ୍ଠିତ ହୋଇଥିବା ବେଳେ, ଆଜି ଗରୁଡ ଶୟନ ନୀତି ଅନୁଷ୍ଠିତ ହେବ। ଗତକାଲି ବିଳମ୍ବିତ ରାତିରେ ଶୟନ ଠାକୁର ଭାବେ ଶ୍ରୀ ବଳଭଦ୍ରଙ୍କ ବାଡରେ ବାସୁଦେବ, ଦେବୀ ଶୁଭଦ୍ରାଙ୍କ ବାଡରେ ଭୁବନେଶ୍ୱରୀ ଦେବୀ, ଶ୍ରୀ ଜଗନ୍ନାଥଙ୍କ ବାଡରେ ଶ୍ରୀ ନାରାୟଣଙ୍କୁ ତିନି ଜଣ ପୂଜାପଣ୍ଡା ରତ୍ନ ସିଂହାସନକୁ ଆଣିଥିଲେ। ସେଠାରେ ଶୟନ ଠାକୁରଙ୍କୁ ଶ୍ରୀଅଙ୍ଗ ଲାଗି ହେବା ପରେ ମହାସ୍ନାନ ହୋଇ ସର୍ବାଙ୍ଗ, ନୂଆପତନୀ ଓ ମାଳ ଫୁଲ ଲାଗି କରାଯାଇଥିଲା। ପୂଜାପଣ୍ଡାମାନେ ଶୟନ ଠାକୁରଙ୍କୁ ହାତରେ ଧରି ଭଣ୍ଡାର ଦ୍ୱାର ନିକଟକୁ ନେବା ପରେ ସେଠାରେ ଶୟନ ନୀତି ଅନୁଷ୍ଠିତ ହୋଇଥିଲା। ତେଣୁ ଏବେ ୪ ମାସ ଠାକୁର ନୀଦ୍ରାରେ ରହିବେ। ଆସନ୍ତା କାର୍ତ୍ତିକ ମାସ ଏକାଦଶୀ ପଯ୍ୟନ୍ତ ସନାତନ ଧର୍ମ ଅନୁଯାଇ କୌଣସୀ ବିବାହ ବ୍ରତଘର ସମେତ ଶୁଭକାର୍ଯ୍ୟ କରାଯାଇନଥାଏ। ସାଧାରଣତଃ ଆଷାଢ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ବଡ ଏକାଦଶୀ ପର୍ଯ୍ୟନ୍ତ ଠାକୁରଙ୍କର ଶୟନ ଯାତ୍ରା ଅନୁଷ୍ଠିତ ହୋଇଥାଏ। କିନ୍ତୁ ଚଳିତ ବର୍ଷ ଆଶ୍ୱିନ ମାସରେ ମଳ ପଡୁଥିବାରୁ ଆଷଢ ପରିବର୍ତ୍ତେ ଶ୍ରାବଣ ମାସରୁ ଏ ନୀତି ଅନୁଷ୍ଠିତ ହୋଇଛି। ଆଜି ଦ୍ୱାଦଶୀ ନୀତିରେ ଶ୍ରୀମନ୍ଦିର ରେ ଗରୁଡ ଶୟନ ନୀତି ଅନୁଷ୍ଠିତ ହୋଇଛି। ନୀଦ୍ରାରେ ଯିବେ ଗରୁଡ ଠାକୁର। କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତୀଥିରେ ଗରୁଡ ଉତ୍ଥାପନ ନୀତି ଅନୁଷ୍ଠିତ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.