Home ଓଡ଼ିଶା ଶ୍ରୀନିବାସ ଅଗ୍ରୱାଲଙ୍କ ପରଲୋକ

ଶ୍ରୀନିବାସ ଅଗ୍ରୱାଲଙ୍କ ପରଲୋକ

193

ସମ୍ବଲପୁର, ୬/୮ – (ଓଡ଼ିଆ ପୁଅ) ଅଞ୍ଚଳର ପୁରୁଖା ରାଷ୍ଟ୍ରୀୟ ସ୍ୱୟଂସେବକ କର୍ମୀ ଶ୍ରୀନିବାସ ଅଗ୍ରୱାଲ ଆଉ ନାହାନ୍ତି। ବୟସାଧିକ୍ୟ କାରଣରୁ ଅସୁସ୍ଥତା ଯୋଗୁଁ ଦୀର୍ଘ ଦିନଧରି ଚିକିତ୍ସିତ ହେଉଥିବା ଅବସ୍ଥାରେ ଆଜି ତାଙ୍କ ପୁତ୍ର ଡା. ପୁରୁଷୋତ୍ତମ ଅଗ୍ରୱାଲଙ୍କ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ଘଟିଛି। ସଂଯୋଗର ବିଷୟ ଯେ, ଆଜି ହିଁ ସ୍ଥାନୀୟ ଗୋଲବଜାର ଗେଇଟୀ ରୋଡ଼ରେ ରହୁଥିବା ତାଙ୍କର ଭିଣୋଇ ସୀତାରାମ ମୋଦିଙ୍କ ମଧ୍ୟ ପରଲୋକ ଘଟିଛି। ଶଳା ଭିଣୋଇ ଏକତ୍ର ସ୍ୱର୍ଗଯାତ୍ରା କରିଛନ୍ତି। ବରଗଡ଼ରେ ଜନ୍ମିତ ଶ୍ରୀନିବାସ ଅଗ୍ରୱାଲ ଏ ଅଞ୍ଚଳର ପୁରୁଖା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ କର୍ମୀ ହେବା ସହିତ ଭାରତୀୟ ଜନସଂଘ ସାଙ୍ଗରେ ମୂଳରୁ ଜଡ଼ିତ ଥିଲେ। ସେ ବନବାସୀ କଲ୍ୟାଣ ସଂଘର ସର୍ବପ୍ରଥମ ରାଜ୍ୟ ମୁଖ୍ୟ ପଦାଧିକାରୀ ମଧ୍ୟ ଥିଲେ। ତାଙ୍କର ଗୋଟିଏ ପୁଅ ପୁରୁଷୋତ୍ତମ ଅଗ୍ରୱାଲ ଡାକ୍ତର ହୋଇଥିବା ବେଳେ ଅନ୍ୟ ପୁଅ ଶିବ କୁମାର ଅଗ୍ରୱାଲ ଭାରତୀୟ ଜନତା ପାର୍ଟିର ନେତା ଅଟନ୍ତି। ଶ୍ରୀନିବାସ ଅଗ୍ରୱାଲଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ବହୁଲୋକ ସଞ୍ଜିବନୀ ଡାକ୍ତରଖାନା ଏବଂ ତାଙ୍କ ବୈଦ୍ୟନାଥ ଛକସ୍ଥିତ ବାସଭବନରେ ପହଞ୍ଚିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.