Home Top News ଶ୍ରୀନଗରରେ ପୋଲିସ ବସ୍‌ ଉପରକୁ ଗୁଳି ଚଳାଇଲେ ଆତଙ୍କବାଦୀ ୧୪ ଆହତ

ଶ୍ରୀନଗରରେ ପୋଲିସ ବସ୍‌ ଉପରକୁ ଗୁଳି ଚଳାଇଲେ ଆତଙ୍କବାଦୀ ୧୪ ଆହତ

27

ନୂଆଦିଲ୍ଲୀ ୧୩-୧୨ (ଓଡ଼ିଆ ପୁଅ) ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀମାନେ ଶ୍ରୀନଗର ଉପକଣ୍ଠରେ ଏକ ପୋଲିସ ବସ୍‌ ଉପରକୁ ଗୁଳି ଚଳାଇଛନ୍ତି।

ଏହି ଆକ୍ରମଣରେ ୧୪ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳୁଛି। କାଶ୍ମୀର ଜୋନ୍ ପୋଲିସ ଟୁଇଟ୍ କରି ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛି।

ଆକ୍ରମଣ ପରେ ଏହି ଅଞ୍ଚଳକୁ କର୍ଡନ କରାଯାଇଛି ଏବଂ ସମସ୍ତ ଆହତ ପୋଲିସକୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆକ୍ରମଣକାରୀ ଆତଙ୍କବାଦୀଙ୍କୁ ଖୋଜା ଚାଲିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.