Home କେନ୍ଦୁଝର ଡାକ୍ତରଖାନା ନେବା ବାଟରୁ ନବବଧୂ ଫେରାର ଘଟଣା, ଥାନାରେ ହେଲା ଆପୋଷ ସମାଧାନ

ଡାକ୍ତରଖାନା ନେବା ବାଟରୁ ନବବଧୂ ଫେରାର ଘଟଣା, ଥାନାରେ ହେଲା ଆପୋଷ ସମାଧାନ

100

ହାଟଡ଼ିହି, ୧୩ । ୧୨ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଆମ୍ବୋ ପଞ୍ଚାୟତ ଶଙ୍ଖୋ ଗ୍ରାମରୁ ଜଣେ ନବବଧୂ ଗତ ନଭେମ୍ବର ୨୦୨୦ରେ ଡାକ୍ତରଖାନାକୁ ଯିବାକୁ କହି ଫେରାର ହୋଇଯିବା ଘଟଣାର ଆଜି ଆପୋଷ ସମାଧାନ କରାଯାଇଛି । ଭଦ୍ରକ ଅଙ୍ଗାର ଗଡିଆ ଗ୍ରାମର ନିରଞ୍ଜନ ଦାସଙ୍କ ଝିଅ ସୁଜାତା ନନ୍ଦିପଦା ଥାନା ଶଙ୍ଖୋ(ବାଲିଆ) ଗ୍ରାମର କଳ୍ପତରୁ ଦାସଙ୍କୁ ଗତ ଜୁନ ୨୦୨୦ରେ ବୈଦିକ ରୀତିରେ ବିବାହ କରିଥିଲେ । ୨୦୨୦ ନଭେମ୍ବର ୨୪ତାରିଖ ଦିନ ସେ ନିଜ ସ୍ୱାମୀକୁ ଧରି ଆନନ୍ଦପୁର ଡାକ୍ତରଖାନାକୁ ଯାଇଥିବାବେଳେ ସେଠାରୁ କେଉଁଆଡେ ଫେରାର ହୋଇଯାଇଥିଲା । ଏନେଇ ସ୍ୱାମୀ କଳ୍ପତରୁ ନନ୍ଦିପଦା ଥାନାରେ ଅଭିଯୋଗ କରିଥିବାବେଳେ ଝିଅର ମା ମଧ୍ୟ ତାଙ୍କ ଝିଅକୁ ନିର୍ଯ୍ୟାତନା ଦେଉଥିବା ନେଇ ଅନ୍ୟ ଏକ ଅଭିଯୋଗ କରିଥିଲେ । କିନ୍ତୁ ଝିଅ ନିଜର ପୁର୍ବତନ ପ୍ରେମିକ ସହିତ ପଳାଇଯାଇ କଳାହାଣ୍ଡିର ଲାଞ୍ଜିଗଡରେ ରହୁଥିଲେ । ଗତ ତିନିଦିନ ତଳେ ସୁଜାତା ନନ୍ଦିପଦା ଥାନାରେ ପହଞ୍ଚି ବିବାହବେଳେ ଦେଇଥିବା ସାମଗ୍ରୀ ଫେରାଇ ନେବାକୁ ଆସିବାପରେ ଆଜି ପୁଲିସ ଉପସ୍ଥିତିରେ ଉଭୟ ପକ୍ଷଙ୍କ ମଧ୍ୟରେ ଆପୋଷ ସମାଧାନ କରାଯିବା ସହ ଝିଅର ସମ୍ମତି ନନେଇ ଝିଅର ବାପା ମା ତାର ବିବାହ କରାଇ ଦେଇଥିବାରୁ ସେ ନିଜ ଇଛାରେ ପଳାଇଥିବା ପ୍ରକାଶ କରିଥିଲା । ଆଜି ଉଭୟ ପକ୍ଷର ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଓ ପୁଲିସ ସହଯୋଗରେ ସମସ୍ତ ଯୌତୁକ ସାମଗ୍ରୀ ଫେରାଇ ନେଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.