Home ଜିଲ୍ଲା ପରିକ୍ରମା ଦିନ ଦୁଇପ୍ରହରେ କାଠ ଚୋରି, ବନବିଭାଗ ଅଧିକାରୀଙ୍କ ଦ୍ୱାରା ବେଆଇନ୍ କାଠ ଜବତ, ଟ୍ରାକ୍ଟର ଫେରାର

ଦିନ ଦୁଇପ୍ରହରେ କାଠ ଚୋରି, ବନବିଭାଗ ଅଧିକାରୀଙ୍କ ଦ୍ୱାରା ବେଆଇନ୍ କାଠ ଜବତ, ଟ୍ରାକ୍ଟର ଫେରାର

37

ଭଦ୍ରକ, ୧୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନା ନିକଟ ଜଗୁସାଗର ପୋଖରୀ ଯାହାକି ଜିଲ୍ଳା ମତ୍ସ୍ୟ ବିଭାଗ ଅଧିନରେ ଅଛି । ସେହି ସ୍ଥାନରୁ ଏକ ବିରାଟ କାୟ ଚାକୁଣ୍ଡା ଗଛକୁ କାଟିନେଇ ପଳାଉଥିବାବେଳେ ଆଜି ଧାମନଗର ବନ୍ୟପ୍ରାଣୀ ବିଭାଗ ଅଧିକାରୀ ସେହି କାଠକୁ ଜବତ କରିଛନ୍ତି । ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ପ୍ରାୟ ଲକ୍ଷାଧିକ ଟଙ୍କାହେବ । ପ୍ରକାଶଯେ ଧାମନଗର ବିଜ୍ଞାପିତ ଅଂଚଳର ସଦରମହକୁମାର ଏବଂ ଥାନାଠାରୁ ମାତ୍ର ୨୫ମିଟର ଦୂରରେ ଏବଂ ରାସ୍ତାର ଶହ ଶହ ଲୋକ ଯାତାୟତ କରୁଥିବାବେଳେ ଦିନଦୁଇପ୍ରହରରେ ତିନିଦିନିଧରି ଏହି ପୁରୁଣା ଗଛକୁ କାଟି ବିକ୍ରି କରାଯାଉଥିବାବେଳେ ବନବିଭାଗର କିପରି ନଜରକୁ ଆସିଲାନାହିଁ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପରି ପରିସ୍ଥିତିରେ ଗଛକଟାସରିବା ସହ ସେଥିରୁ କିଛିଭାବ ବହାରକୁ ଚାଲାଣ ସରିଥିଲା । ଅବଶିଷ୍ଟ କାଠଗଣ୍ଡି ଏକ ଟ୍ରାକ୍ଟରରେ ବୋଝେଇ ହୋଇ ଯାଉଥିବାବେଳେ ବନବିଭାଗ ଅଧିକାରୀ ରାଜକିଶୋର ନାୟକ ଓ ଅନ୍ୟକର୍ମଚାରୀ ମାନେ ଘଟଣା ସ୍ଥଳରେ ପହଂଚି ଉକ୍ତ କାଠ ଗାଡ଼ିକୁ ସିଜ୍‌କରିଥିଲେ । କିନ୍ତୁ ବୋଝେଇ ହୋଇଥିବା ଟ୍ରାକ୍ଟରକୁ ବନବିଭାଗ ଝାଡ଼ିଦେଇଥିବାରୁ ଏହାକୁନେଇ ସନ୍ଦେହ ସୃଷ୍ଟି କରିଛି ଏବଂ ଉକ୍ତ ସିଜ୍ ହୋଇଥିବା କାଠକୁ ସ୍ଥାନୀୟ ଶ୍ୟାମପୁର ଗ୍ରାମର ବାମଦେବ ମହାପାତ୍ରଙ୍କ ଜିମାରେ ଦିଆଯାଇଛି । ତେବେ ବିନାଅନୁମତିରେ ଗଛକଟାଯିବା ଏବଂ ଗଛ କାଟିଥିବା ବ୍ୟକ୍ତି ନିଜ ଜାଗାରେ ଏହି ଚାକୁଣ୍ଡା ଗଛଥିବା ବୋଲି ଦାବି କରିବା ଘଟଣାକୁ ନେଇ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି ।

ଏ ସମ୍ପର୍କରେ ତଦନ୍ତ କରାଯିବ ଯଦି ଗଛର ପ୍ରକୃତ ମାଲିକାନା ବାମଦେବ ମହାପାତ୍ର ହୋଇଥାଆନ୍ତି ତେବେ ବିନାଅନୁମତୀରେ ଏହି ଗଛକାଟିଥିବାରୁ ଏ ବାବଦରେ ତାଙ୍କ ପ୍ରତି ଜୋରିମାନା ଦେବାକୁ ପଡ଼ିବ । ଅପରପକ୍ଷେ ତଦନ୍ତରେ ଯଦି ଉକ୍ତ ଗଛଟି ଜିଲ୍ଳା ମତ୍ସ୍ୟବିଭଗାର ପୋଖରୀ ହୁଡ଼ାରେ ପଡ଼େ ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ପ୍ରତି ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ରାଜସ୍ୱ ବିଭାଗ ଉକ୍ତ ସ୍ଥାନ ଚିହ୍ନଟ କରିବା ପରେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାବୋଲି ବନବିଭାଗର ତଦନ୍ତକାରୀ ଅଧିକାରୀ ରାଜକିଶୋର ନାୟକ ପ୍ରକାଶ କରିଛନ୍ତି । ସୂଚନାଥାଉକି ଐତିହାସିକ ଜଗୁସାଗର ପୋଖରୀ ଓ ହୁଡ଼ା ସହ ପ୍ରାୟ ୧୪ଏକର ଜାଗା ହୋଇଥିବାବେଳେ ବେଆଇନ୍‌ଭାବରେ ଉକ୍ତ ପୋଖରୀ ହୁଡ଼ାଉପରେ କେତେକ ବ୍ୟକ୍ତି ଜବରଦଖଲ କରିବାସହ ବେଆଇନ୍ କୋଠାବାଡ଼ି ନିର୍ମାଣ କରିବା ଏବଂ ଶହ ଶହ ବର୍ଷର ପୁରୁଣା ଗଛଗୁଡ଼ିକୁ କାଟି ବିକ୍ରି କରାଯାଉଛିଦଏବଂ ୧୪ଏକରରୁ ଉକ୍ତ ଜାଗା ଏବେ ୭ଏକର ଭଳି ରହିଛି । ଅବଶିଷ୍ଟ ଜାଗା ଜବରଦଖଲ କାରୀଙ୍କ କବଜାରେ ରହିଛି । ପୂର୍ବରୁ ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଏ ଦିଗରେ ଜିଲ୍ଳାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.