Home ଜିଲ୍ଲା ପରିକ୍ରମା ଶ୍ରୀଜଗନ୍ନାଥ ଭାବ ଓ ଭକ୍ତିର ଦେବତା

ଶ୍ରୀଜଗନ୍ନାଥ ଭାବ ଓ ଭକ୍ତିର ଦେବତା

23

ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀଜଗନ୍ନାଥ ଭାବ ଭକ୍ତି ଓ ସମର୍ପିତ ପ୍ରାଣର ଦିଅଁ ତାଙ୍କୁ ଆମେ ଆପଣେଇ ପାରିଲେ ଆମର ସମସ୍ତ ଦୁଃଖ, ଦୁର୍ଦ୍ଦସା ଦୂରହୋଇ ପାରିବ। କେବଳ ଓଡିଶାର ନୁହେଁ, ସମଗ୍ର ଦେଶ ବିଦେଶରେ ଶ୍ରୀଜଗନ୍ନାଥଙ୍କ ଆରାଧନା ବୃଦ୍ଧି ପାଇବାରେ ଲାଗିଛି। କଳିଯୁଗରେ ଯୁଗାବତାରୀ ପୁରୁଷ ଭାବରେ ଏହା ସ୍ପଷ୍ଟ ଭାବରେ ପ୍ରମାଣିତ କରୁଛି ବୋଲି ଭଦ୍ରକଜିଲ୍ଲା ତିହିଡି ବ୍ଲକ ଆରୁହା ଗ୍ରାମ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ‘ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି’ର ୨୩ତମ ସ୍ୱନକ୍ଷତ୍ର ପ୍ରତିଷ୍ଠା ସ୍ମାରକୀ ଉତ୍ସବରେ ଆୟୋଜିତ ଆଧ୍ୟାତ୍ମିକ ସମାରୋହରେ ବକ୍ତାଗଣ ମତପ୍ରକାଶ କରିଛନ୍ତି। ପୂର୍ବାହ୍ନ ୧୨ଟାରେ ଏକ ଆଧ୍ୟାତ୍ମିକ ସଭା ସମିତିର ମୁଖ୍ୟ ପରିଚାଳକ ପ: ଭାଗୀରଥି ନନ୍ଦଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସଭାରେ ମୁଖ୍ୟ ଅତିଥି ଭାବରେ ତିହିଡି ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ଲକ୍ଷ୍ମୀଧର ତ୍ରିପାଠୀ, ସମ୍ମାନୀତ ଅତିଥି ଡ. ପ୍ରତାପ କୁମାର ପଣ୍ଡା, ବରିଷ୍ଠ ଉପଦେଷ୍ଟା ଶରତ ଚନ୍ଦ୍ର ମହାନ୍ତି, ଷ୍ଟେଟ ବ୍ୟାଙ୍କର ପୂର୍ବତନ ମ୍ୟାନେଜର ସନେଇ ଶିଅଳ ଯୋଗଦାନ କରି ଉପରୋକ୍ତ ମତେ ବକ୍ତବ୍ୟ ରଖିଥିଲେ।

ସଭା ପ୍ରାରମ୍ଭରେ ସମିତିର ସେବକ କମଳାକାନ୍ତ ମଲ୍ଲିକ, ସଦାନନ୍ଦ ପାଣିଗ୍ରାହୀ, ସୁରେନ୍ଦ୍ର କୁମାର ସାହୁ, ସୁଦର୍ଶନ ପଣ୍ଡା ଅତିଥି ମାନଙ୍କ ପରିଚୟ ପ୍ରଦାନ ସହ ଉପଢ଼ୌକନ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସମିତିର ମୁଖ୍ୟ ଆବାହକ ସେବକଶ୍ରୀ ଶରତ କୁମାର ସାହୁ ସମିତିର ବିବରଣୀ ପାଠ କରିଥିଲେ। ପ୍ରାତଃ ୬ଘଟିକାରେ ଶ୍ରୀଜଗନ୍ନାଥଙ୍କ ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା, ଶ୍ରୀଜଗନ୍ନାଥଙ୍କ ଷୋଡଶ ଉପାଚାର ପୂଜା ଓ ନେତା ପୂଜନ ସହ ବିଶ୍ୱଶାନ୍ତି ଯଜ୍ଞ ସର୍ବଶ୍ରୀ ସୀମାଚଳ ମହାପାତ୍ର ଓ ସହଧର୍ମୀଣୀ ସରୋଜିନୀ ମହାପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମନ୍ଦିର ସେବକ ନରୋତ୍ତମ ସାହୁ, ଭାବଗ୍ରାହୀ ମଲ୍ଲିକ, ପ୍ରକାଶ ଚନ୍ଦ୍ର ମଲ୍ଲିକ, ସୁକାନ୍ତ ନାୟକ, ଅଶ୍ୱନୀ ମଲ୍ଲିକ, ନାରାୟଣ ଚକ୍ର ପୃଷ୍ଟି, ନାରାୟଣ ସ୍ୱାଇଁ, ପରମାନନ୍ଦ ବେହେରା, କଳ୍ପତରୁ ସେଠୀ, ଭାଗୀରଥି ସାହୁଙ୍କ ସମେତ ବହୁ ଗ୍ରାମବାସୀ ଯୋଗଦାନ କରିଥିଲେ। ଦିବ୍ୟଚେତା ଅଭିଯାନରେ ସମ୍ମିତି ସହବନ୍ଧିତ ସଂକୀର୍ତ୍ତନ ମଣ୍ଡଳୀର କଳାକାରମାନଙ୍କୁ ନେଇ ସଂକୀର୍ତ୍ତନ ସେବାରେ ଗ୍ରାମପରିକ୍ରମା କରିଥିଲେ। ଏହି ଉତ୍ସବରେ ସୀମାଚଳ ମହାପାତ୍ର ଓ ଶ୍ୟାମସୁନ୍ଦର ମିଶ୍ରଙ୍କୁ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମିତି ପକ୍ଷରୁ ବାବୁଲାଲ ଦାସ, କାହ୍ନୁଚରଣ ଦାସ, ହରିହର ଦାସ ପ୍ରମୁଖ ବହୁ ସେବକ ସହାୟତା କରିଥିଲେ ଓ ସମିତିର ପ୍ରବଚକ ବିଶ୍ୱମୌତ୍ରୀ ନାୟକ ଓ ସୁଧାକର ଧନୀ ନିଜ ନିଜର ବକ୍ତବ୍ୟ ରଖିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.