Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ

ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ

19

ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ଶିକ୍ଷାବର୍ଷର ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ବାସୁଦେବପୁର ବ୍ଲକ ସ୍ଥିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ବିନାୟକପୁରରେ ଅନୁଷ୍ଠିତ ହୋଇଅଛି। ଉକ୍ତ ପ୍ରଦର୍ଶନୀକୁ ବାସୁଦେବପୁରର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ କପିଳେନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଘାଟନୀ ସଭାରେ ବିଧାୟକଙ୍କ ପ୍ରତିନିଧି ଅସିତ୍ କୁମାର ଦାଶ, ସହକାରୀ ପ୍ରାଧ୍ୟାପକ କମଳାକାନ୍ତ ଜେନା, ବାସୁଦେବପୁର ବ୍ଲକ ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ, ବ୍ଲକ ବିଜ୍ଞାନ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ହୋଇ ବିଜ୍ଞାନର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ। ଶିକ୍ଷକ ଗୟାଧର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅପରାହ୍ଣରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ବାସୁଦେବପୁର ବ୍ଲକ ଉନ୍ନୟନ ଅଧିକାରୀ ସତ୍ୟଜିତ୍ ରାଉତ୍‌, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦୀପକ୍ କୁମାର ପାଢ଼ୀ ଓ ମାୟାଧର ସାହୁ ପ୍ରମୁଖ ମଞ୍ଚାସୀନ ହୋଇ ରାଜ୍ୟକୁ ମନୋନିତ ହୋଇଥିବା ୭ଜଣ କୁନି ବୈଜ୍ଞାନିକଙ୍କୁ ସମ୍ମାନୀତ କରିଥିଲେ। ଶିକ୍ଷକ ଦୈତାରୀ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ କମଳାକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ବାସୁଦେବପୁର ବ୍ଲକର ଅତିରିକ୍ତ ବ୍ଳକ ଶିକ୍ଷାଧିକାରୀ ସୁକାନ୍ତି ବାରିକ, ମୀନାକୁମାରୀ ମଲ୍ଲିକ, ଉର୍ମିଳା କର, ଅମୀୟ କୁମାର ମହାଳିକ, ଜୟନ୍ତ କୁମାର ଦାସ, ଶିକ୍ଷକ ପ୍ରଣୟ କୁମାର ମହାପାତ୍ର, ଜ୍ୟୋତିର୍ମୟ ଅଗସ୍ତି, କାହ୍ନୁଚରଣ ରଣା, ପ୍ରଦୀପ ସେଠୀ, ଶରତ କୁମାର ମିଶ୍ର, ରାଜେନ୍ଦ୍ର ନାରାୟଣ ମାହୁନ୍ତ, ଅମୀୟ କୁମାର ପାଣିଗ୍ରାହୀ, ଶାନ୍ତିଲତା ପଣ୍ଡା, ଚାରୁଲତା ମହାପାତ୍ର, ଅକ୍ଷୟ ହୋତା, ସଚ୍ଚିନ୍ଦ୍ର ମଳିକ ଓ ଗୋବର୍ଦ୍ଧନା ମଳିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରତିଯୋଗୀ ମାନଙ୍କ ମଧ୍ୟରେ ଭଦ୍ରକ ବ୍ଲକରୁ ଅର୍ଚ୍ଚିତା ଖୁଣ୍ଟିଆ ଓ ତୁଳସୀ ଦାସ, ବାସୁଦେବପୁର ବ୍ଲକରୁ ଶୁଭମ ସ୍ୱପ୍ନଜିତ୍ ସେଠୀ ଓ ମୁକ୍ତା ମଞ୍ଜରୀ ସାମଲ, ଭଣ୍ଡାରିପୋଖରୀ ବ୍ଲକରୁ ସ୍ନେହଲତା ପଣ୍ଡା, ବନ୍ତ ବ୍ଲକରୁ ଅମ୍ରିତା ବିଶ୍ୱାଳ ଓ ଧାମନଗର ବ୍ଲକରୁ ଦିପଙ୍କର ମିଶ୍ର ରାଜ୍ୟସ୍ତରକୁ ମନୋନିତ ହୋଇଥିଲେ। ଉକ୍ତ ପ୍ରଦର୍ଶନୀରେ ୫୪ଟି ପ୍ରକଳ୍ପ ସ୍ଥାନ ପାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.