Home ଜିଲ୍ଲା ପରିକ୍ରମା ‘ସହାୟକ’ପକ୍ଷରୁ ନେହେରୁ ଜୟନ୍ତୀ

‘ସହାୟକ’ପକ୍ଷରୁ ନେହେରୁ ଜୟନ୍ତୀ

16

ବାଲେଶ୍ୱର, ୧୫ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଏବଂ ଜିଲ୍ଲାର ଅନ୍ୟତମ ସ୍ୱେଚ୍ଛାସେବୀ ସଂସ୍ଥା ‘ସହାୟକ’ ପକ୍ଷରୁ ମିଳିତ ଭାବେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ପାଳନ କରାଯାଇଛି। ସଂସ୍ଥାର ସାଧାରଣ ସମ୍ପାଦକ ଇଂଜିନିୟର ବନମାଳି ନାୟକଙ୍କ ପୌରୋହିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡାକ୍ତର ତାରାକାନ୍ତ ନନ୍ଦ, ଶଶାଙ୍କ ଶେଖର ଦତ୍ତ, ଯୋଗେଶ ଚନ୍ଦ୍ର ପ୍ରଧାନ, ଦୁକୁଲ ଚନ୍ଦ୍ର ଘଡ଼େଇ, ସେକ୍ ଆଲାଦ୍ଦିନ, ଶିଶିର କୁମାର ରଥ, ଇଂ କେଶବ ଚନ୍ଦ୍ର ମହାନ୍ତି, ପୁରୁଷୋତ୍ତମ ବେହେରା, ପ୍ରପୁଲ୍ଲ କୁମାର ଦାସ, ନିରଞ୍ଜନ ପରିଡ଼ା ପ୍ରମୁଖ ଯୋଗଦେଇ ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ସମେତ ଦେଶ ବିକାଶରେ ପଣ୍ଡିତ ନେହେରୁଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ।ଏହି ଅବସରରେ ‘ସହାୟକ’ ତରଫରୁ ଅସହାୟ ଓ ଗରିବ ଲୋକମାନଙ୍କୁ ଶୀତବସ୍ତ୍ର (କମଳ) ବଣ୍ଟନ କରାଯାଇଥିଲା। ଶେଷରେ ଶଶାଙ୍କ ଶେଖର ଦତ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.