Home ଜିଲ୍ଲା ପରିକ୍ରମା ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା

46

ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଅତିରିକ୍ତ ଜିଲ୍ଲପାଳ (ସାଧାରଣ) ମଧୁସୂଦନ ଦାସଙ୍କୁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ ଭାବରେ ପଦୋନ୍ନତି କରାଯାଇଥିବାରୁ ଆଜି ତାଙ୍କ କାର୍ଯ୍ୟାଳୟରେ ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଶ୍ରୀଯୁକ୍ତ ଦାସଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି । ଶ୍ରୀଯୁକ୍ତ ଦାସ ଶ୍ରୀଜଗନ୍ନାଥଙ୍କ ଜଣେ ପରମ ଭକ୍ତ ଓ ତାଙ୍କର କର୍ତ୍ତବ୍ୟନିଷ୍ଠା, ସଚ୍ଚୋଟ ପଣ, କାର୍ଯ୍ୟ ଦକ୍ଷତା ଅତ୍ୟନ୍ତ ପ୍ରଶଂସନୀୟ । ସେ ଭଦ୍ରକରେ କାର୍ଯ୍ୟରତ ଥିବା ସମୟରେ ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ପ୍ରତି ତାଙ୍କ ଭଲପାଇବା ଏବଂ ଆନ୍ତରିକତା ନିଶ୍ଚିତ ସ୍ମରଣୀୟ । ତାଙ୍କର ପଦୋନ୍ନତିରେ ପ୍ରଚାର ସମିତି ଖୁସିବ୍ୟକ୍ତ କରିବା ସହିତ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରି ତାଙ୍କୁ ସମ୍ବର୍ଦ୍ଧିତ କରିଅଛି । ଏହି ସମ୍ବର୍ଦ୍ଧନା ପ୍ରଦାନ କାର୍ଯ୍ୟରେ ପ୍ରଚାର ସମିତିର ମୁଖ୍ୟ ଆବାହକ ସେବକ ଶରତ କୁମାର ସାହୁ, ପ୍ରତାପ ଚନ୍ଦ୍ର ପଣ୍ଡା, ସୁଧାକର ଧନୀ, କମଳାକାନ୍ତ ମଲ୍ଲିକ, ବରିଷ୍ଠ ସାମ୍ବାଦିକ ଅମର କୁମାର ନାୟକ, ସାମ୍ବାଦିକ ଅଶୋକ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.