Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍କୁଲ୍‌ରେ ଜାତୀୟ ଏକତା ଦିବସ

ଜିଲ୍ଲାସ୍କୁଲ୍‌ରେ ଜାତୀୟ ଏକତା ଦିବସ

39

ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାସ୍କୁଲ୍‌,ଭଦ୍ରକରେ ଜାତୀୟ ଏକତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିବାର ତରଫରୁ ଏକ ଓ ଅଖଣ୍ଡ ଭାରତର କର୍ଣ୍ଣଧାର ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତା ଅକ୍ଷୁର୍ଣ୍ଣ ରଖିବାର ଶପଥ ଗ୍ରହଣ କରାଯାଇଥିଲା । ଆଜି ଯେତେବେଳେ ପଡୋଶୀ ଶତ୍ରୁମାନେ ଆମ ସୁନାର ଭାରତବର୍ଷ ଆଡ଼କୁ କୁଦୃଷ୍ଟି ପକାଉଛନ୍ତି ସେହି ପରିପ୍ରେକ୍ଷୀରେ ପ୍ରତ୍ୟେକ ଭାରତୀୟ ସର୍ଦ୍ଦାର ପଟେଲଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚକ୍ରଧର ମଲ୍ଲିକ ଆହ୍ୱାନ ଦେଇଥିଲେ । ବିଦ୍ୟାଳୟର ଶିକ୍ଷକ-ଶିକ୍ଷିକା ତପସ୍ୱିନୀ ଦାସ,ମନୋଜ କୁମାର ରାୟ,ଅଶୋକ କୁମାର ଶତପଥୀ,ସମରେନ୍ଦ୍ରନାଥ ମିଶ୍ର,ମିଲି ପରିଡା,ସୁଷମା ବେହେରା,ମୁରାଦ ଅଲ୍ଲୀ ଖାନ୍‌,ସେକ୍ ସମିଉଲ୍ଳା ଓ କର୍ମଚାରୀ ଅମରେନ୍ଦ୍ର କୁମାର ରାଉତ ପ୍ରମୁଖ ଏହି ଉତ୍ସବରେ ଯୋଗଦେଇ ମହାମାନବ ପଟେଲଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.