Home ଓଡ଼ିଶା ଶ୍ରୀକ୍ଷେତ୍ରରେ ଆନନ୍ଦ ଉଲ୍ଲାସ ସହ ପାଳିତ ହେଲା ବିଜୟାଦଶମୀ : ଶ୍ରୀମନ୍ଦିରର ରତ୍ନ ସିଂହାସନରେ ରାଜ...

ଶ୍ରୀକ୍ଷେତ୍ରରେ ଆନନ୍ଦ ଉଲ୍ଲାସ ସହ ପାଳିତ ହେଲା ବିଜୟାଦଶମୀ : ଶ୍ରୀମନ୍ଦିରର ରତ୍ନ ସିଂହାସନରେ ରାଜ ରାଜେଶ୍ୱର ବେଶରେ ସଜ୍ଜିତ ହେବେ ଚତୁର୍ଦ୍ଧାମୂର୍ତ୍ତି

54

ପୁରୀ-୨୬/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶ୍ରୀକ୍ଷେତ୍ରରେ ଆଜି ସର୍ବତ୍ର ବିଜୟାଦଶମୀ ଉତ୍ସବ ପାଳିତ ହୋଇଯାଇଛି। ଶ୍ରୀମନ୍ଦିରରେ ଦଶହରା ଉତ୍ସବ ଶ୍ରଦ୍ଧା ଓ ଭକ୍ତି ସହ ପାଳିତ ହୋଇଛି। ଏହି ଅବସରରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ସୁନାବେଶ ବା ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ କୋଭିଡ଼ କଟକଣା ଯୋଗୁଁ ଶ୍ରୀମନ୍ଦିର ଥିବାରୁ ଭକ୍ତମାନେ ମହାପ୍ରଭୁଙ୍କର ଏହି ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ଦଶହରା ପାଇଁ ଶ୍ରୀମନ୍ଦିରରେ ଆୟୁଧ ପୂଜା ନୀତି ସମ୍ପନ୍ନ କରାଯାଇଥିଲା। ଏହି ଅବସରରେ ଶ୍ରୀଜିଉଙ୍କ ଅବକାଶ ନୀତି ଶେଷ ହେବା ପରେ ତଡ଼ପଲାଗି ଓ ଉତ୍ତରୀୟ ମଇଲମ ହୋଇ ୩ବାଡ଼ରେ ଚନ୍ଦନଲାଗି ଓ ନୂଆ ଲୁଗା ଲାଗି ହୋଇ ଶ୍ରୀୀଜିଉମାନଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା। ଏହି ବେଶରେ ୫ଖଣ୍ଡ ଆଜ୍ଞାମାଳ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଇଥିଲା। ସକାଳ ଧୂପ ସରିବା ପରେ ଆୟୂଧମାନଙ୍କୁ ମହାସ୍ନାନ ପୂର୍ବକ ବରୁଣ ପୂଜା କରାଯାଇଥିଲା। ମେକାପ ୩ଟି ରୂପା ଥାଳିରେ ଆୟୁଧ ରଖି ତଳଛୁ ଓ ପ୍ରଧାନ ସେବାୟତମାନଙ୍କ ସହ ୩ଥର ବଡ଼ଦେଉଳକୁ ପରିକ୍ରମା କରିବା ପରେ ପୁଷ୍ପାଳକ ବଳଭଦ୍ରଙ୍କ ବାଡ଼ରେ ହଳ ଓ ମୁଷଳ, ସୁଭଦ୍ରାଙ୍କ ବାଡ଼ରେ ସୁବର୍ଣ୍ଣ ତଡ଼କି ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଶଙ୍ଖ, ଚକ୍ର ଲାଗି କରିଥିଲେ। ପରେ ମଦନମୋହନ ଓ ରାମକୃଷ୍ଣ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ମହାଖଳାକୁ ବିଜେ କରିଥିଲେ। ସେଠାରେ ଆରତି ବଢ଼ିବା ପରେ ମଦନମୋହନଙ୍କ ସହ ଦୁର୍ଗାମାଧବ ସିଂହାସନକୁ ବିଜେ କରିଥିଲେ। ସେଠାରେ ତିନି ବାଡ଼ରେ ମଙ୍ଗଳାର୍ପଣ କରାଯାଇଥିଲା। ଏହି ଅବସରରେ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ଠାକୁରଙ୍କୁ ପ୍ରସାଦ ଲାଗି ଓ ବନ୍ଦାପନା କରାଯିବା ପରେ ଠାକୁରମାନେ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.