Home ଓଡ଼ିଶା ଶ୍ରୀକୃଷ୍ଣପୁର ଅଗମ୍ୟ ରାସ୍ତା ନିର୍ମାଣ କେବେ

ଶ୍ରୀକୃଷ୍ଣପୁର ଅଗମ୍ୟ ରାସ୍ତା ନିର୍ମାଣ କେବେ

82

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୩୧/୦୭-  ରାଜ୍ୟ ସରକାର ଗ୍ରାମପଞ୍ଚାୟତ ରେ ପ୍ରତ୍ୟେକ ଗ୍ରାମ କୁ ରାସ୍ତା କରିବା ପାଇଁ ବହୁବିଧ ଯୋଜନା କରିଛନ୍ତି । କିନ୍ତୁ ଦୀପତଳ ଅନ୍ଧାର ସଦୃସ ଏକ ଗାଁ ହେଉଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ଚମ୍ପାଗଡ ଗ୍ରାମପଞ୍ଚାୟତ ଶ୍ରୀକୃଷ୍ଣପୁର । ଏହି ଗ୍ରାମ ଟି ୧୬ ନଂ ଜାତୀୟ ରାଜପଥ ଠାରୁ ମାତ୍ର ୧ କିଲୋମିଟର । ଏହି ଗ୍ରାମ ସହିତ ଢିଙ୍କିଝାରି ନାମକ ଏକ ପଡା ଗ୍ରାମ ରହିଅଛି । ଏଠାରେ ୮ ଶହ ଲୋକ ବାସ କରନ୍ତି ।

ଗ୍ରାମ ବିଦ୍ୟାଳୟ କୁ ଆସିବା ସହ ଜାତୀୟ ରାଜପଥ କୁ ବଜାର ସୈାଦା ପାଇଁ ଆସିବା ବେଳେ ରାସ୍ତା ଅବସ୍ତା ସୋଚନୀୟ ହୋଇପଡିଥିବାରୁ ଅନେକ କଷ୍ଟ ସହୁଛନ୍ତି । ଏଭଳି କି ଛୋଟ ପିଲା ଓ ସ୍ତ୍ରୀ ଲୋକମାନେ ରାସ୍ତା ରେ ଗଲା ବେଳେ କାଦୁଅ ପଙ୍କ ରେ ପଡି ଛଟପଟ ହେଉଛନ୍ତି । ପକ୍କା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ମାନେ ପ୍ରଶାସନ ନିକଟରେ ଦାବୀ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.