Home ଓଡ଼ିଶା ରାଜସୁନାଖଳା ଫାଣ୍ଡି ପୋଲିସ ଫେରାର ଅଭିଯୁକ୍ତ କୁ କୋର୍ଟ ଚାଲାଣ କଲା

ରାଜସୁନାଖଳା ଫାଣ୍ଡି ପୋଲିସ ଫେରାର ଅଭିଯୁକ୍ତ କୁ କୋର୍ଟ ଚାଲାଣ କଲା

83

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୩୧/୦୭-  ନୟାଗଡ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ପୋଲିସ ଦ୍ୱାରା ଜଣେ ଫେରାର ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅଭିଯୁକ୍ତ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଝାନ୍ସିପାଟଣା ଗ୍ରାମର ରବିନ୍ଦ୍ର ଜେନା ଙ୍କ ପୁଅ ବବୁଲ୍ ଜେନା ଓରଫ୍ ଦେବାଶିଷ୍ । ଘଟଣାରୁ ପ୍ରକାଶ କୋଭିଡ୍ କଟକଣା ଭିତରେ ଗତ ମାର୍ଚ୍ଚ ମାସ ରେ ଅଭିଯୁକ୍ତ ବବୁଲ୍ ବ୍ୟାପକ ମଦ କାରବାର ଚଲାଇଥିଲେ । ପୋଲିସ ବ୍ୟାପକ ମଦ ଜବତ କରିଥିବା ବେଳେ ଅଭିଯୁକ୍ତ ବବୁଲ୍ ପୋଲିସ କୁ ଆକ୍ରମଣ କରି ଫେରାର ହୋଇଯାଇଥିଲା । ସେହିଦିନ ଠାରୁ ଫେରାର ଥିଲେ ।

ରାଜସୁନାଖଳା ଫାଣ୍ଡି ଅଧିକାରୀ ଭୀମସେନ ମଲ୍ଲୀକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଲେ ଯେ ଅଭିଯୁକ୍ତ ବବୁଲ୍ ବୋଲଗଡ ଥାନା ର ଅନ୍ୟ ଏକ ମାମଲା ରେ ଖୋର୍ଦ୍ଧା କୋର୍ଟ ରେ ଆତ୍ମ ସମର୍ପଣ କରିଅଛି । ତେଣୁ ସେ କୋର୍ଟରୁ ବାହାରିବା ପରେ ଅଭିଯୁକ୍ତ ବବୁଲ୍ କୁ ଗିରଫ କରିଥିଲେ । ଅଭିଯୁକ୍ତ ବବୁଲ୍ ପୋଲିସ ହତରୁ ଖସିଯିବା ପାଇଁ ଚକ୍ରାନ୍ତ କରିଥିଲେ ବୋଲି ଫାଣ୍ଡି ଅଧିକାରୀ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । ଅଭିଯୁକ୍ତ ବବୁଲ୍ କୁ ରଣପୁର କୋର୍ଟ କୁ ଚାଲାଣ କରିବା ପରେ ଜାମିନ୍‌  ଆବେଦନ ଖାରଜ ହେବାରୁ ରଣପୁର ଜେଲ୍ ହାଜତ କୁ ପଠାଇ ଦିଆଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.