Home ଓଡ଼ିଶା ରଣପୁର ବି ଡି ଓ ଙ୍କ ଡମସାହି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ଅଚାନକ ପରିଦର୍ଶନ

ରଣପୁର ବି ଡି ଓ ଙ୍କ ଡମସାହି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ଅଚାନକ ପରିଦର୍ଶନ

74

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୩୧/୦୭- ନୟାଗଡ ଜିଲ୍ଲା ର ସର୍ବ ବୃହତ୍ତ ପଞ୍ଚାୟତ ସମିତି ରଣପୁର ରେ ନୂତନ ଭାବେ ଦାୟୀତ୍ୱ ଗ୍ରହଣ କଲାପରେ ମଣ୍ଡଳ ଉନ୍ନୟନ ଅଧିକାରିଣୀ ରିତୁପର୍ଣ୍ଣା ମହାପାତ୍ର ପ୍ରତ୍ୟେକ କାର୍ଯ୍ୟ ର ସମୀକ୍ଷା ବୈଠକ କରିବା ସାଙ୍ଗ କୁ ଅଚାନକ ପରିଦର୍ଶନ ଚଲାଇଥିବା ଜଣାପଡିଛି । ସେହିଭଳି ଭାବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଗୁରୁକୁଳ ଢାଞ୍ଚା ରେ ରୂପାନ୍ତରିତ ଡମସାହି ଉଚ୍ଚ ବିଦ୍ୟାଳୟ କୁ ଜୁଲାଇ ୩୧ ତାରିଖ ରେ ଅଚାନକ ପରିଦର୍ଶନ କରିଛନ୍ତି । ପରିଦର୍ଶନ ସମୟରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଚର୍ତୁଭୁଜ ପ୍ରଧାନ , ପୁରୀ ଜିଲ୍ଲା ସାଂସଦ ପ୍ରତିନିଧି ପ୍ରଭାତ କୁମାର ଦଳବେହେରା , ସରପଞ୍ଚ ହରିହର ହରିଚନ୍ଦନ , ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦି ଉପସ୍ଥିତ ହୋଇଥିଲେ ।

କିଭଳି ଭାବରେ ଆସନ୍ତା ସେପ୍ଟମ୍ବର ମାସ ମଧ୍ୟ ରେ ଆଧୁନିକ ଶ୍ରେଣୀ ଗୃହ , ବିଜ୍ଞାନ ଲାବୋରେଟାରି , ଛାତ୍ରାବାସ , ଖାଦ୍ୟ କକ୍ଷ , କମ୍ପୁଟରି କରଣ ଶିକ୍ଷା ଗୃହ ଶୈାଚାଳୟ ଆଦି ଗୁରୁକୁଳ ଢାଞ୍ଚା ରେ ହୋଇପାରିବା ସେ ସର୍ମ୍ପକ ରେ ବିଷଦ ଆଲୋଚନା କରିଥିବା କଥା ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି । ଏହି ବିଦ୍ୟାଳୟ ରେ ଡମସାହି , ରଙ୍କଦେଉଳି ଓ ଖତିଆ ଗ୍ରାମପଞ୍ଚାୟତର ଅନେକ ଆଦିବାସୀ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବାରୁ ଏହି ଉଚ୍ଚ ବିଦ୍ୟାଳୟ କୁ ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ଭାବେ ପ୍ରାଧାନ୍ୟ ଦିଆଯାଉଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.