Home ଓଡ଼ିଶା ଶ୍ରାବଣରେ ବର୍ଷା ଉଭାନ୍, ପାଣି ନଥିବାରୁ ତଳି ପୋଡ଼ି ଗଲାଣି, ଅଧାରେ ଅଟକିଛି ରୁଆ ବେଉଷଣ...

ଶ୍ରାବଣରେ ବର୍ଷା ଉଭାନ୍, ପାଣି ନଥିବାରୁ ତଳି ପୋଡ଼ି ଗଲାଣି, ଅଧାରେ ଅଟକିଛି ରୁଆ ବେଉଷଣ କାର୍ଯ୍ୟ, ଆଶା ଆଶକାଂରେ ଚାଷୀକୂଳ

114

କୋଦଳା ୨୧ ଜୁଲାଇ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ଚିତାଲାଗି ଅମାବାସ୍ୟା ସରିଲା। ଶ୍ରାବଣ ମାସର ଅଧା ସରି ଗଲାଣି। ବର୍ଷାର ଦେଖା ନାହିଁ। ଜମି ଶୁଖିଲା ପଡିଛି।ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକର ଚାଷୀ ଗତ କିଛି ବର୍ଷ ହେଲା ପ୍ରତିକୂଳ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛି। ଚଳିତ ବର୍ଷ କରୋନା ପାଇଁ ସବୁ କିଛି ପଛରେ ପଡ଼ି ଯାଇଥିବା ବେଳେ ଏବେ ବାଧକ ସାଜିଛି ବର୍ଷା। ଚଳିତ ଜୁଲାଇ ମାସରେ ବର୍ଷା ନିରୁଧିଷ୍ଟ ହୋଇ ଯାଇଛି। କିଛି ଜାଗାରେ ତଳି ପ୍ରସ୍ତୁତ ହୋଇ ରହିଥିବା ବେଳେ କିଛି ଜାଗାରେ ତଳି ପୋଡ଼ି ଗଲାଣି।ବର୍ଷା ନଥିବା ଯୋଗୁଁ ଚାଷ ଜମିରେ ପାଣି ନାହିଁ। ଫଳରେ ଧାନ ରୁଆ କି ବେଉଷଣ ହୋଇ ପାରୁନି। ଆଉ କିଛି ଦିନ ବର୍ଷା ନହେଲେ ସବୁ ତଳି ପୋଡ଼ି ଯିବାର ଆଶକାଂ ଦେଖା ଦେଇଛି।କିଛି ସ୍ଥାନରେ ଚାଷୀ ତଳିକୁ ଜଳସେଚିତ କରି ବଞ୍ଚାଇ ରଖିଥିବା ଦେଖିବାକୁ ମିଳିଛି।

ସଂଗୃହୀତ ତଥ୍ୟ ଅନୁସାରେ ବ୍ଲକରେ ଚଳିତ ଜୁଲାଇ ମାସରେ ସ୍ବାଭାବିକ ଠାରୁ ୩୦ ପ୍ରତିଶତ କମ୍ ବର୍ଷା ହୋଇଛି। ବ୍ଲକର ବିଭିନ୍ନ ପଞ୍ଚାୟତରେ ଏବେ ବର୍ଷା ନହେବାରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଚଳିତ ବର୍ଷ ଖରିଫ ଋତୁରେ ୧୦ ହଜାର ୭୫୫ ହେକ୍ଟର ଜମିରେ ଚାଷ ହେବାକୁ ଲକ୍ଷ୍ୟ ରଖାଯାଇଛି। ମୌସୁମୀ ପୂର୍ବରୁ ଭଲ ବର୍ଷା ହୋଇଥିଲା।ଚାଷୀ ଖରାଟି ଚାଷ କରି ଜମିକୁ ପ୍ରସ୍ତୁତ କରି ରଖିଥିଲା। ଏଥିସହ ପାଖ ଅନୁକୂଳ ରହି ଥିବାରୁ ବ୍ଲକରେ ତଳି ପକା ଓ ବୁଣା ପ୍ରାୟତଃ ଶେଷ ହୋଇଛି। ଜୁନ୍ ଶେଷ ଓ ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ଏହି କାର୍ଯ୍ୟ ଶେଷ ହୋଇଛି। କିନ୍ତୁ ଜୁଲାଇ ଆରମ୍ଭରୁ ବ୍ଲକ ତଥା ଜିଲ୍ଲାରେ ଭଲ ବର୍ଷା ହୋଇନାହିଁ। ଜମିରେ ଥିବା ତଳି ପୋଡ଼ିବାକୁ ବସିଲାଣି। କିଛି ସ୍ଥାନରେ ଚାଷୀ ତଳିକୁ ପ୍ରସ୍ତୁତ କରି ରଖିଥିଲେ ମଧ୍ୟ ବର୍ଷା ଅଭାବରୁ ରୁଆ ହୋଇ ପାରୁନି। ବ୍ଲକରେ ବର୍ତ୍ତମାନ ସୁଦ୍ଧା ୪ ହଜାର ୨୭୦ ହେକ୍ଟର ଚାଷ ଜମିରେ ରୁଆ ସରିଥିବା କୃଷି କାର୍ଯ୍ୟାଳୟ ପକ୍ଷରୁ ଜଣାପଡିଛି। କିଛି ଜମିରେ ଯଦିଓ ରୁଆ ସରିଛି, ପାଣି ଅଭାବରୁ ଜମି ଫାଟ ଦେଇ ଧାନ ଗଛରେ ଉଇ ଲାଗିଲାଣି। ରୁଷିକୁଲ୍ଯା ରୟତ ମହାସଭାର ଅଭିଯୋଗ ଅନୁସାରେ ଅଧିକାଂଶ ଚାଷ ଜମିରେ ଜଳସେଚନର ସୁବିଧା ନଥିବାରୁ ଜମି ବର୍ଷା ଉପରେ ନିର୍ଭରଶୀଳ। ଚଳିତ ବର୍ଷ ବର୍ଷା ଅଭାବରୁ ବୁଣା ଜମିରେ ଗଜା ମରୁଡି ପରିସ୍ଥିତି ଉପୁଜିବା ସହ ତଳି ପୋଡ଼ି ଗଲାଣି। ନିକଟରେ ଯଦି ବର୍ଷା ନହୁଏ ତେବେ ଅନେକ ପଞ୍ଚାୟତରେ ଗଜା ମରୁଡି ପରିସ୍ଥିତି ଉପୁଜିବା ଆଶକାଂ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.